ବାଲିଗୁଡାରେ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ

0
323

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୯/୧୨) : ବାଲିଗୁଡାରେ ପଞ୍ଚାୟତରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ କରିବା ସହିତ ବାଟଗୁଡା ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ |WhatsApp Image 2021 12 20 at 8.13.30 AM ବାଲିଗୁଡାରେ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ

ବାଲିଗୁଡାରେ ପଞ୍ଚାୟତରାଜ ମନ୍ତ୍ରୀ ପହଞ୍ଚିବା ପରେ ଦଣ୍ଡପଦର ଠାରେ ବିଜେଡି କର୍ମୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ l ବାଲିଗୁଡା ଚାରି ନମ୍ବର ୱାର୍ଡ ରେ ନିର୍ମିତ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା l ପରେ ବାଲିଗୁଡା ଏନ. ଏ. ସି କାର୍ଯ୍ୟାଳୟ ର ନବନିର୍ମିତ ସଭାଗୃହ ର ମଧ୍ୟ ଶୁଭ ଉଦଘାଟନ କରିଥିଲେ l

ଏଥି ସହ ବ୍ଲକ କାର୍ଯ୍ୟାଳୟ ର ନୂତନ କାର୍ଯ୍ୟାଳୟ ଓ ଷ୍ଟାଫ କ୍ୱାର୍ଟର ର ଶୁଭ ଉଦଘାଟନ କରିବା ସହ ବାର ନମ୍ବର ୱାର୍ଡ ରେ ନିର୍ମିତ ଭେଣ୍ଡି ଜୋନ ର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ ଜେନା l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର,ଉପଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, କନ୍ଧମାଳ ସାଂସଦ ଙ୍କ ଏନ. ଏ. ସି ପ୍ରତିନିଧି ଲୋକନାଥ ପାଢ଼ୀ, ବିଡ଼ିଓ ଜଗଦୀଶ ଶଢଙ୍ଗୀ ସମେତ ବାଲିଗୁଡା ଏନ. ଏ. ସି ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହିଥିଲେ lWhatsApp Image 2021 12 20 at 8.13.29 AM 1 ବାଲିଗୁଡାରେ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ

ପରେ ମନ୍ତ୍ରୀ ବାଟାଗୁଡା ଗସ୍ତ ରେ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ l ବାଲିଗୁଡା ବ୍ଲକ ର ଚଉଦ ଗୋଟି ପଞ୍ଚାୟତ ରୁ ଆସିଥିବା ଅଙ୍ଗନବାଡି କର୍ମୀ, ଏସଏଜି ମହିଳା, ଏମ. ବି. କେ, କୃଷି ମିତ୍ର, ବ୍ୟାଙ୍କ ମିତ୍ର ନିକଟରେ ମହିଳା ସଶକ୍ତିକରଣ ଓ ସ୍ୱାବଲମ୍ବୀ ନେଇ ଉଦବୋଧନ ରଖିଥିଲେ ମନ୍ତ୍ରୀ l ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଙ୍କ ମହିଳା ମାନଙ୍କୁ ନେଇ ଲୋକାଭିମୁଖୀ ଯୋଜନା କୁ ଉପସ୍ଥିତ ମହିଳା ମାନେ ସ୍ୱାଗତ କରିବା ସହ କୃତଜ୍ଞତା ଜଣାଇଥିଲେ l

ବାଲିଗୁଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସଂଘ ମାନଙ୍କୁ ଋଣ ସହାୟତା ରାଶି ପ୍ରଦାନ କରିଥିଲେ | ଏଥି ସହିତ ବାଟାଗୁଡା ରେ ମନ୍ତ୍ରୀ ପ୍ରତାପ ଜେନା ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହ, ଦଡକଙ୍ଗିଆ ପଞ୍ଚାୟତ ବଜାର ଗୃହ, ବାଲିଗୁଡା ଆଇସିଡିଏସ କାର୍ଯ୍ୟଳୟ ଗୃହ ର ଭିତ୍ତି ପ୍ରସ୍ତର, ପେନା ମୁଣ୍ଡା ବନ୍ଧ ଉନ୍ନତି କରଣ କାର୍ଯ୍ୟ ସମେତ ଅନ୍ୟନ୍ୟ ଜନ କଲ୍ୟାଣ କାର୍ଯ୍ୟ ଉଦ୍ଘାଟନ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଳିକ, ଵିଡିଓ ଜଗଦୀଶ ଷଡ଼ଙ୍ଗୀ, ସିଡ଼ିପିଓ, ଜୀବିକା ମିଶନ ଓ ବ୍ଲକ କର୍ମଚାରୀ, ସହଯୋଗ କରିଥିଲେ |