ଗୋଷାଣୀ ବ୍ଲକ ରେ ବିଜେଡ଼ି ର ମିଶ୍ରଣ ପର୍ବ

0
185

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୨) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଠାରେ ଆଜି ବିଜେଡ଼ି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି ।

ଗୋଷାଣୀ ବ୍ଲକ ଉପଲାଦା ଠାରେ ପ୍ରଥମେ ଏକ ବିରାଟ ମୋଟର ସାଇକେଲ ରାଳୀ ଅନୁଷ୍ଠିତ ହୋଇଥିଲା ଓ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା । ଏହି ମିଶ୍ରଣ ପର୍ବ ପାଇଁ ବିଜେଡ଼ି ଡ଼ା. ତିରୁପତି ପାଣିଗ୍ରାହୀଙ୍କୁ ଦାୟିତ୍ଵ ଦେଇଥିବା ଜଣାପଡିଛି । ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଥିବା ରାୟଗଡ଼ା ଜିଲ୍ଲା ସଭାପତି ସୁଧୀର ଦାସ, ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ ବସନ୍ତ ଦାସ, ଶ୍ରୀ ଲକ୍ଷ୍ମୀ କାନ୍ତ ପରିଛା, ଜିଲ୍ଲା ଉପସଭାପତି, ତଥା ଏହି ଜୋନ୍ ର କୋର୍ଦିନେତର କେ. ମଧୁ, ଡ଼ା. ତିରୁପତି ପାଣିଗ୍ରାହୀ, ଶ୍ରୀ ରୁପେଶ ପାଣିଗ୍ରାହୀ, ଏସ.ଲିଙ୍ଗରାଜ ବହୁ ନେତା ଯୋଗ ଦେଇଥିଲେ ।

ଆଜିର ଏହି ମିଶ୍ରଣ ପର୍ବରେ ବହୁ ବିଜେପି ନେତା ଓ କର୍ମୀ ବିଜେଡ଼ି ରେ ମିଶିଥିଲେ । ସାଂସଦ ସାହୁ ସମସ୍ତ କର୍ମୀଙ୍କୁ ସଂଗଠିତ ଭାବରେ ପଞ୍ଚାୟତ ନିର୍ବାଚନ ରେ କମ୍ କଲେ ବିଜେଡ଼ି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ତିନି ବ୍ଲକ କବଜା କରି ଗଜପତି ଜିଲ୍ଲା ରେ ବିଜେଡ଼ି ସଂଗଠିତ ହୋଇପାରିବ ବୋଲି କହିଛନ୍ତି ।