Related Contents

ପେଟରେ ଟ୍ୟୁମର-ଶିଶୁର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ-ଓଡିଶା ନ୍ୟୁଜ୨୪ ତରଫରୁ ସାହାଯ୍ୟ ପାଇଁ ପ୍ରୟାସ

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ଗରିବ ଲୋକଙ୍କ ପାଇଁ ମାଲାମାଲ ଯୋଜନା ତିଆରି କରୁଛନ୍ତି ସରକାର | ହେଲେ ସରକାରୀ ଯୋଜନାର ସଫଳ ରୂପାୟନ ହେଉନଥିବା ଘଟଣା ଏବେ ସାମ୍ନାକୁ ଆସିଛି | ତାହା କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପେଂଦାପଡ଼ା ପଞ୍ଚାୟତର ଦୋଳମୁଣ୍ଡା ଗ୍ରାମର ୪ବର୍ଷର ଶିଶୁର ପେଟ ସାମ୍ନା ପଟେ ଦେଖାଯାଉଥିବା ଟ୍ୟୁମରର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ |

ଉକ୍ତ ଗ୍ରାମର ଜାଇ ପୂଜାରୀଙ୍କ ସ୍ତ୍ରୀ ଯମୁନା ପୂଜାରୀ ଓ ମା ଦସୁ ପୂଜାରୀଙ୍କୁ ନେଇ କୁଲି ମଜୁରୀ କରି ଚାରିପ୍ରଣୀ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ କଷ୍ଟକର ହେଉଥିବା ବେଳେ ତାଙ୍କ ପୁଅ ଦୁର୍ଯ୍ୟଧନର ଟ୍ୟୁମର ଚିକିତ୍ସା ପାଇଁ ଅର୍ଥ କଷ୍ଟକୁ ଦ୍ବିଗୁଣିତ କରିଦେଇଛି | ଦୁର୍ଯ୍ୟଧନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥିତ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ବର୍ଷରେ ଡିସେମ୍ବର ମାସ ସାତ ତାରିଖ ଦିନ ନାମ ପଞ୍ଜିକରଣ କରାଯାଇଥିଲା | ପରେ ପୁଅକୁ ନେଇ ଜାଇ ଓ ଯମୁନା କଟକ ବଡ ମେଡିକାଲ ଯାଇଥିଲେ | ସେଠାରେ ଡାକ୍ତର ଦୁର୍ଯ୍ୟଧନଙ୍କୁ ଓଡିଶାର ପଡୋଶୀ ରାଜ୍ୟର ବିଶାଖାପାଟଣା ମେଡିକାଲକୁ ନେବା ପାଇଁ ପରାମର୍ଶ ଦେଇ ଫେରାଇ ଦେଇଥିଲେ | ଏହିଭଳି ପରିସ୍ଥିତିରେ ଜାଇଙ୍କ ପାଖରେ ଟଙ୍କାର ଅଭାବ ଯୋଗୁଁ ଚିକିତ୍ସା ପାଇଁ ବିଶାଖାପାଟଣା ନ ଯାଇ ଅସହାୟ ଅବସ୍ଥାରେ ଘରକୁ ଫେରି ଆସିଥିଲେ | ଟଙ୍କା ସଂଗ୍ରହ କରି ନ ପାରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁର ଅସ୍ତ୍ରୋପଚାର ହୋଇପାରିନାହିଁ | ଗତ ଦଶ ମାସ ମଧ୍ୟରେ ଶିଶୁର ଦେହ ଦିନକୁ ଦିନ ଖରାପ ହେବା ସଂଗେ ସଂଗେ ହାତ ଗୋଡ଼ ସରୁ ହେବାରେ ଲାଗିଛି | କୋମଳ ବୟସର ଏହି ଶିଶୁ ସାଙ୍ଗସାଥି ସହ ଖେଳିବା ସମୟରେ ପେଟ ଯନ୍ତ୍ରଣାକୁ କିଛି କିଛି ସମୟ ପାଇଁ ଭୁଲି ଯାଉଥିବା ବେଳେ ଆଗାମୀ ଭବିଷ୍ୟତକୁ ଅସହାୟ ଦମ୍ପତିଙ୍କ ଚିନ୍ତା ବଢ଼ିବାରେ ଲାଗିଛି | ଏଣୁ ଯଦି ଓ କିଛି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସାହାଯ୍ୟର ହାତ ବଢ଼ାଇଲେ ଦୁର୍ଯ୍ୟଧନର ଅସ୍ତ୍ରୋପଚାରରେ ସାହାଯ୍ୟ ହୋଇପାରିବ | ଏହି ଅସହାୟକୁ ସାହାଯ୍ୟ କରିବା ପାଇଁ ଆମ ଚ୍ୟାନେଲ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ନିମ୍ନ ମେଲ କିମ୍ବା ମେସେଜ କରି ନିଜର ମାନବିକତା ହିସାବରେ କିଛି ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କଲେ ସମ୍ପର୍କ କରନ୍ତୁ |
ମେଲ – odishanews24.tv@gmail .com
Message – ୭୦୦୦୮୧୦୩୫୨୩ (ମୁଖ୍ୟ ସମ୍ପାଦକ), ୯୭୭୭୫୦୫୪୨୬ (ରିପୋର୍ଟର)

Comments are closed.