ମରଣ ଯନ୍ତା ପାଲଟିଛି କଲୁମୁୟୁ ଠାରୁ ସୁରୁମୁଳି ପ୍ରଧାନମନ୍ତ୍ରୀ ରାସ୍ତା

0
331

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୮/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କରାଯାଇଥିବା ରାସ୍ତା ଟି ମରଣ ଯନ୍ତା ପାଲଟିଛି । ଗାଁ କୁ ସମ୍ମାନ ମାଆ କୁ ସମ୍ମାନ ସରକାର ପ୍ରତ୍ୟେକ ପଞ୍ଚାୟତର ଗାଁ କୁ ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା କର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଉଛି ।74649c29 e68e 44ef 9f9e 1e8bb3d1e025 ମରଣ ଯନ୍ତା ପାଲଟିଛି କଲୁମୁୟୁ ଠାରୁ ସୁରୁମୁଳି ପ୍ରଧାନମନ୍ତ୍ରୀ ରାସ୍ତା

ଉକ୍ତ ବ୍ଲକ ର ଧାମୁଣିପଙ୍ଗା ପଞ୍ଚାୟତର କୁଲୁମୁୟୁ ତୋଟା ଠାରୁ ସୁରୁମୁଲି, ହାତିମୁଣ୍ଡା ଦେଇ କାଙ୍ଗସିରି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଭାରତ ସରକାରଙ୍କ ଦ୍ୱାରା ଅନୁଦାନ ପ୍ରକଳ୍ପ କୁ ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପରିଚାଳନା ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ଟି ୨୦୧୭ ମସିହା ଡିସେମ୍ବର ମାସ ୨୯ ତାରିଖରେ ଆରମ୍ଭ କରି ୨୦୧୮ ମସିହା ଡିସେମ୍ବର ମାସ ୨୮ ତାରିଖରେ ଅଟକଳ ୫୭୦.୨୫ ଲକ୍ଷ ଟଙ୍କା ବ୍ୟୟ କରି ପ୍ରାୟ ୧୧.୦୬୭ କିଲୋମିଟର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ନିର୍ମାଣ କରାଯାଇଥିଲା । ତାହା ୫ ବର୍ଷ ନ ପୁରୁଣୁ ୩ ବର୍ଷ ମଧ୍ୟରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ମରଣ ଯନ୍ତା ପାଲଟିଛି ।

ସ୍ଥାନେ ସ୍ଥାନେ ଖାଲଖମା ହେବା ସହ ରାସ୍ତାରୁ ପିଚୁ ବାହାରି ବଜୁରୀ,ପଥର ବାହାରିପଡିଛି । ଉକ୍ତ ରାସ୍ତାରେ ଛୋଟ ବଡ ଯାନବାହାନ ଚଳାଚଳ ରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସି । ଏହିପରି ରାସ୍ତା ରହିଥିବାରୁ ଦୁର୍ଘଟଣା ମଧ୍ୟ ହେଉଥିବା ନଜରକୁ ଆସୁଛି । ଏହି ରାସ୍ତାରେ ଭାରି ଯାନ ନ ଯାଉଣୁ ଯଦି ରାସ୍ତା ଦବି ଯାଇ ଖାଲଖମା ସୃଷ୍ଟି ହେଉଛି । ଯଦି ଭାରିଯାନ ଯାଇଥିଲେ ରାସ୍ତାର ଅବସ୍ଥା ବର୍ଷେ ନ ପୁରୁଣୁ ନଷ୍ଟ ହୋଇଯାଇଥାନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି । ରାସ୍ତା ନିର୍ମାଣ ସ୍ଥାନରେ ଦୁଇଟି ସୂଚନା ଫଳକ ଲଗାଯାଇଛି । କିନ୍ତୁ ଦୁଇଟି ସୂଚନା ଫଳକରେ ସମାନ ଉଲ୍ଲେଖ ରହିଛି ।କଲ୍ୟାଣସିଂହପୁର ଠାରୁ କାଙ୍ଗସେରି ପର୍ଯ୍ୟନ୍ତ ୧୧.୦୬୭କିମି ଅଟକଳ ୫୭୦.୨୫ଲକ୍ଷ ଟଙ୍କା ବ୍ୟୟ ରେ କରାଯାଇଥିବା ଦର୍ଶାଇ ଛନ୍ତି ।2d0c3fb1 b560 4e21 8fab d1e04726a1aa ମରଣ ଯନ୍ତା ପାଲଟିଛି କଲୁମୁୟୁ ଠାରୁ ସୁରୁମୁଳି ପ୍ରଧାନମନ୍ତ୍ରୀ ରାସ୍ତା

କିନ୍ତୁ କୁଳୁମୁୟୁ ତୋଟା ଠାରୁ ସୁରୁମୁଲି, ହାତିମୁଣ୍ଡା ଦେଇ କାଙ୍ଗସେରି ପର୍ଯ୍ୟନ୍ତ ରାସ୍ତା କରାଯାଇଥିବା ଅଞ୍ଚଳରେ ନବୀନ କାଡ୍ରାକା, ମିନା ପ୍ରେପକା, କର୍ଷିକା ସାନ୍ଦାରାଓ ପ୍ରମୁଖ କହିଛନ୍ତି । ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ର ଙ୍କୁ ପଚାରିବାରୁ ସେ କହିଲେ ରାସ୍ତା ର ରକ୍ଷଣାବେକ୍ଷଣ କରିବାର ରହିଛି । ତାହା ଦୁଇ ବର୍ଷ ହେଇଚି ସିଡ଼ି କରାଯାଇ କଲର ଲଗାଯାଇଛି । ତାର ମରାମତି କରାଯିବ ବୋଲି କହିଛନ୍ତି ।