Thursday, August 6, 2020
Home headline ରାୟଗଡା ସହରରେ ସାମୁଦ୍ରିକ ଝଡ଼ ତିତଲୀର ଉଗ୍ରରୂପ

ରାୟଗଡା ସହରରେ ସାମୁଦ୍ରିକ ଝଡ଼ ତିତଲୀର ଉଗ୍ରରୂପ

ରାୟଗଡା (ଗୋପୀନାଥ ଗୌଡ଼) : ସାମୁଦ୍ରିକ ଝଡ଼ ତିତଲୀର ଉଗ୍ରରୂପ ରାୟଗଡା ସହରରେ ଦେଖିବାକୁ ମିଳିଥିଲା । ତିତଲୀ ସ୍ଥଳଭାଗକୁ ଛୁଇଁବା ପରେ ଉଗ୍ରରୂପ ହୋଇଥିଲା ।

ବିଶେଷ କରି ରାୟଗଡା ସମେତ ଆନ୍ଧ୍ରର ସୀମାନ୍ତ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ରାୟଗଡା ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିଲା । ବିଦ୍ୟୁତ ଖୁଣ୍ଟ ଗୁଡାକ ସମ୍ପୂର୍ଣ୍ଣ ଭାବରେ ଉପୁଡି ନ ପଡ଼ିଥିଲେ ସୁଦ୍ଧା ନଇଁ ପଡ଼ିଥିବା ଦେଖିବାକୁ ମିଳିଛି, ଯାହାଦ୍ୱାରା ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ରାୟଗଡା ବ୍ଲକର କେରେଡ଼ା, ହାଟ ସେସଖାଲ, ଗାଜିଗାଁ, ଜଗନ୍ନାଥପୁର, ପିତାମୋହଲ ଓ ଆନ୍ଧ୍ର ସୀମାନ୍ତରେ ଏହାର ପ୍ରଭାବ ଅଧିକ ଥିଲା । ଯାହା ଦ୍ୱାରା ଲୋକଙ୍କ ମନରେ ଭୟର ବାତାଵରଣ ସୃଷ୍ଟି ହୋଇଥିଲା । ଲୋକେ ମଧ୍ୟ ଘରରୁ ବାହାରକୁ ବାହାରିବା ଭୟ କରିଥିଲେ । ଚାଳ ଛପର ଘର ଉଡି ଯାଇଥିବା ବେଳେ ଆଜବେଷ୍ଟସ ଟିଣ ଗୁଡାକ ମଧ୍ୟ ଭାଙ୍ଗି ଉଡାଇ ନେଵାର ଦେଖିବାକୁ ମିଳିଥିଲା । ତେବେ ରାୟଗଡ଼ାରେ ଖାଲି ବର୍ଷା ହେବ ବୋଲି ଅନୁମାନ କରାଯାଇଥିଲା, କିନ୍ତୁ ତିତଲି ସ୍ଥଳ ଭାଗକୁ ଛୁଇଁବା ପରେ ପାହାନ୍ତିଆ ୪ଟାରୁ ଜୋରରେ ପବନ ବୋହିବା ଆରମ୍ଭ ହୋଇଥିଲା ।

ଏପରିକି ଘଣ୍ଟାକୁ ୧୨୦ ରୁ ୧୩୦ କିଲୋମିଟର ବେଗରେ ପବନ ହୋଇଥିବା ଅନୁମାନ କରାଯାଇଛି । ଏହାର ପ୍ରଭାବରେ ରାୟଗଡା ସହରର ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା, ତେବେ ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରିଥିଲେ । ପରେ ପବନର ବେଗ ସମ୍ପୁର୍ଣ୍ଣ ଭାବେ କମି ଯାଇଥିବା ବେଳେ ବର୍ଷା ଜାରି ରହିଥିଲା । ବିଦ୍ୟୁତ ପ୍ରବାହ ବନ୍ଦ ରହିଥିବା କାରଣରୁ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଥିଲା । ରାୟଗଡା ପୋୖର ପରିଷଦ ଓ ରାୟଗଡା ଜଳ ଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ସାହି ସାହି ଓ ବସ୍ତି ଗୁଡାକୁ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: