ଅତାବିରାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଅତାବିରା (ମୁକୁନ୍ଦ ଦାସ ): ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ଛାନ୍ଦପାଲି ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଟାମ୍ପରସରା ଲରମ୍ଭା ତଳି ଟାମ୍ପରସରା ଅଂଧାରିପାଲି ଗମ୍ଭାରିପାଲି କର୍ଣ୍ଣଟିକିରା ଅଇଁଲା ପାଳି ଛାନ୍ଦପାଲି ଅତ୍ସଳାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ସିଆରସିସି ଅକ୍ଷୟ କୁମାର ତ୍ରିପାଠୀ, କେନ୍ଦ୍ର ପଣ୍ଡିତ ବିବତ୍ସ ଦାସ, ପୂର୍ବତନ କେନ୍ଦ୍ର ପଣ୍ଡିତ ସତ୍ୟନାରାୟଣ ପୁରୋହିତ, ଲରମ୍ଭା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶ୍ୱିନୀ ପ୍ରଧାନ, ଡ଼. ଅଜିତ କୁମାର ନାଥ ମଂଚାସୀନ ଥିବାବେଳେ ବିଚାରକ ଭାବରେ ବିଶିଷ୍ଟ ଗୀତିକାର କୈଳାସ ସେଠ, ଶିକ୍ଷକ ବହାଦୁର ସାହୁ, ଦିଲୀପ ରଣା ପ୍ରମୁଖ ଉପସ୍ଥିତ ଥିଲେ | ଗୀତ, ବକୃତା ଡ୍ରଇଂ ଲିଖନ କୁଇଜ ଆଦି ବହୁ ବିଭାଗର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା | ଛାନ୍ଦପାଲି ସ୍କୁଲ ଦ୍ୱାରା ପରିବେଷିତ ସେଲ୍ଫି ବାବୁ ଓ ଲରମ୍ଭା ସ୍କୁଲ ଦ୍ୱାରା ପରିବେଷିତ କ୍ଷୁଦ୍ର ଏକାଙ୍କିକା ଆକର୍ଷଣୀୟ ଥିଲା | ଲରମ୍ଭାର ଛାତ୍ରୀ ମାନଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ପ୍ରୋଜେକ୍ଟ ଅତି ପ୍ରଶଂସନୀୟ ହୋଇ ପାରି ସମସ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅତାବିରାରେ ଭାଗନେବେ ବୋଲି ଘୋଷଣା କରାଯାଇଛି | କାର୍ଯ୍ୟକ୍ରମକୁ କେଶବ ଛାନ୍ଦ, ମେଦିନୀ ସାହୁ ପରିଚାଳନା କରିଥିବା ବେଳେ ତ୍ରିବିକ୍ରମ ସେଠ, ଉପେନ୍ଦ୍ର କର୍ଣ୍ଣ, ନରେନ୍ଦ୍ର, ନିଲଂଚଳ ମହାରଣା, ସୁଶୀଳା ନାଏକ, ଶୈଳବାଳା ଦାସ ତ୍ରିନାଥ କୁମ୍ଭାର ପ୍ରମୁଖ ଶିକ୍ଷକ ସହଯୋଗ କରିଥିଲେ |

Comments are closed.