Related Contents

ସାପ କାମୁଡ଼ାରେ ନଅ ବର୍ଷର ଝିଅର ମୃତ୍ୟୁ

ବୈପାରୀଗୁଡା (ଏନ ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ ବାଲିଗାଁ ପଂଚାୟତର ଡାବୁଗୁଡ଼ା ଗ୍ରାମରେ ଏକ ଦୁଖଦଃ ଘଟଣା ଘଟିଛି |

ସୂଚନାରୁ ପ୍ରକାଶ ମୃତ ଝିଅ ଉକ୍ତ ଗ୍ରାମର ଲକ୍ଷ୍ମଣ ଘସରଲିଆଙ୍କ ଝିଅ ଭଗବତୀ ଘସରଲିଆ ବୋଲି ଜଣାପଡିଛି | ଭଗବତୀ ଗତକାଲି ରାତିରେ ତାଙ୍କ ମା ଯମୁନା ଘସରଲିଆ ଓ ବଡ ଭଉଣୀ ବୃନ୍ଦାବତୀ ଘସରଲିଆଙ୍କ ସହ ସୋଇଥିବା ଅବସ୍ଥାରେ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି | ରାତି ୨ଟା ବେଳେ ଲକ୍ଷ୍ମଣଙ୍କ ସହ ଗ୍ରାମର କିଛି କିଛି ଲୋକ ଝିଅକୁ ବୈପାରୀଗୁଡା ମେଡିକାଲକୁ ଆଣିଥିଲେ | କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି | ଘଟଣାକୁ ରାମଗିରି ଫାଣ୍ଡି ଅଧିକାରୀ ତଦନ୍ତ କରୁଥିବାର ଜଣାପଡିଛି | ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ଜୟପୁର ପଠାଯିବ ବୋଲି ଖବର ମିଳିଛି |

Comments are closed.