ନୂତନ ମେଡିକାଲରେ ଅବ୍ୟବସ୍ଥା କୁ ନେଇ ଜିଲ୍ଲା ବିଜେପିର ଆନ୍ଦୋଳନ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଗତକାଲି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନୂତନ ମେଡିକାଲକୁ ଉଦଘାଟନର ୪ମାସ ପରେ ମଧ୍ୟ ଉନ୍ନତ ମାନର ଚିକିତ୍ସା ପାଇବାରୁ ଜିଲ୍ଲାବାସୀ ବଞ୍ଚିତ ।

ଡାକ୍ତର ଅଭାବ ଏବଂ ଜରୁରୀ ଆସବାବ ଅଭାବ ଯୋଗୁଁ ରୋଗୀ ଅସୁବିଧାର ସମୁଖୀନ୍ନ ହୋଇ ଜୀବନ ହାରୁଛନ୍ତି | ଦୀର୍ଘ ୪ମାସ ପରେ ମଧ୍ୟ ପୁରୁଣା ଡାକ୍ତରଖାନାରୁ ନୂତନ ଡାକ୍ତରଖାନାକୁ ସମସ୍ତ ସାମଗ୍ରୀର ବ୍ୟବସ୍ଥା ହୋଇପାରିନାହିଁ ।ଯଦ୍ଵାରା ଜିଲ୍ଲାର ସମସ୍ତ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବାରମ୍ବାର ରୋଗୀ ସେବାରେ ବିଭ୍ରାଟ ହେଉ ଥିଲେ ମଧ୍ୟ କୌଣସି ପ୍ରତିକାର ହୋଉନାହିଁ | ଆଜି ଜିଲ୍ଲା ବିଜେପି ସଂଗଠନ ମେଡିକାଲ ସମ୍ମୁଖରେ ଆନ୍ଦୋଳନ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ଆଗାମି ଦିନରେ ଏହାର ସମାଧନ ନ ହେଲେ ଏହି ଆନ୍ଦୋଳନ କୁ ଜୋରଦାର କରାଯିବlକୁ ଚେତାବନୀ ଦେଇଥିଲେ ।

Comments are closed.