Thursday, March 28, 2024

Top 5 This Week

Related Posts

କାଶୀନଗର ରେ ବିଜେଡ଼ି ର ମେଗା ମିଶ୍ରଣ ପର୍ବ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୭/୧୨) : ଆଜି କାଶୀନଗର ରେ ବିଜେଡ଼ି ର ଏକ ମେଗା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କାଶୀନଗର ବ୍ଲକ ଓ ଏନ ଏ ସି ର ବହୁ କଂଗ୍ରେସ୍ ଓ ବିଜେପି କର୍ମୀ ଆଜି ଏହି ମହା ମିଶ୍ରଣ ପର୍ବ ରେ ସାମିଲ୍ ହୋଇଥିବା ଜଣାଯାଏ ।

କାଶୀନଗର ରେ ବିଜେଡ଼ି ର ଆଜିର ଏହି ମହା ମିଶ୍ରଣ ପର୍ବରେ ଗଜପତି ର ପର୍ଯ୍ୟବେକ୍ଷକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଓ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ରାୟଗଡ଼ା ଜିଲ୍ଲା ସଭାପତି ସୁଧୀର ଦାସ, ବିଶିଷ୍ଟ ବିଜେଡ଼ି ନେତା ତଥା ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ, ଯୁବ ନେତା ଶ୍ରୀ ରୁପେଶ୍ ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜି ତିରୁପତି ରାଓ, ଏକ ବିରାଟ ମୋଟର ସାଇକେଲ ରାଲି ବାହାରି ସଭାସ୍ଥଳ କୁ ଯାଇଥିଲେ । କାଶୀନଗର ଓ ଜିଲ୍ଲା ର ବହୁ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଏହାପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜି.ତିରୁପତି ,ଆର୍ ରାମ ପ୍ରସାଦ ଓ ଟାଉନ୍ ସଭାପତି ରଘୁରାମ ସାହୁ କେ ରାମ ରାଓ, ରାଜେଶ୍ ମିଶାଲ୍ ତତ୍ତ୍ଵାବଧାନରେ ଆଜିର ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଖଣ୍ଡାବା ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଦୋର ଓ ଶହ ଶହ ସମର୍ଥକ ଙ୍କ ସହ ବିଜେପି ରୁ ଆସି ବିଜେଡ଼ି ରେ ଯୋଗ ଦେଇଥିବା ବେଳେ କିଡିଗମ୍, କେ ସିତପୂର୍ ହାଡୁ ଭାଙ୍ଗି ପଞ୍ଚାୟତ, ପର୍ତଦା ପଞ୍ଚାୟତ ର ବହୁ କଂଗ୍ରେସ୍ ଓ ସ୍ବାଧିନ ପ୍ରାର୍ଥୀ ଙ୍କ ସମର୍ଥକ ମାନେ ଯୋଗ ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles