ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରେ ଶ୍ରୀବିମଳା ଦେବୀ ମାଙ୍କ ପୀଠରେ ନବରାତ୍ର ଆରମ୍ଭ

ରାୟଗଡା (ଗୋପୀନାଥ ଗୌଡ଼); ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରେ ଶ୍ରୀବିମଳା ଦେବୀ ମାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା।

ଏହି ପୂଜା ନବଦିନ ବ୍ୟାପି ଚାଲିବ । ଏହି ପୂଜା ପ୍ରଥମ ଦିନ ପ୍ରତିପଦାରୁ ଆରମ୍ଭ ହୋଇ ନବମୀ ପର୍ୟନ୍ତ ଚାଲିବ ବୋଲି ମନ୍ଦିର ପକ୍ଷରୁ ସୂଚନା ଦେଇଛନ୍ତି । ପ୍ରଥମେ ସ୍ନାନ ଓ ଷୋଡ଼ଶ ଉପଚାର ସହିତ ମାଙ୍କ ପୂଜା ଆରମ୍ଭ ହୋଇଛି । ଶୈଳ ପୁତ୍ରୀ, ବ୍ରହ୍ମ ଚାରିଣୀ, ଚନ୍ଦ୍ରଘଣ୍ଟା, କୁସମୁଣ୍ଡା, ସ୍କନ୍ଦ ମାତା, କାତ୍ୟାୟୋନି, କାଳରାତ୍ରି, ମହାଗୌରୀ, ସିଦ୍ଧିଦାତ୍ରୀ ଏହି ପ୍ରକାର ନବଦିନ ବ୍ୟାପି ନବ ରୂପରେ ପୂଜା ପାଇଥାନ୍ତି ମା । ମହାଷ୍ଟମୀ ଦିନ ଏଠାରେ ପୋଡପିଠା ବୋଳି ହୁଏ ବୋଲି ଏଠାର ପୂଜକ ସୂଚନା ଦେଇଛନ୍ତି । ମନ୍ଦିର ପ୍ରଶାସନ ଓ ତୋହସିଲଦାର ଓ ପୂଜକ ମାନଙ୍କ ସହଯୋଗରେ ଏଠାରେ ନବରାତ୍ରୀ ପୂଜା ବଡ଼ ଆଡମ୍ବର ଓ ନିଷ୍ଠାର ସହ ପାଳନ କରାଯାଏ । ପୂଜକ ସଦାଶିବ ଚୌଧୁରୀ, ପ୍ରଭାକର ପଣ୍ଡା, ଗିରିଷ ଶେଖର ରଥ ସଞ୍ଜୟ କୁମାର ପାଢୀ ଓ ଶିବପ୍ରସାଦ ଦାଶ ରହି ପୂଜା ବିଧି ରେ ସହଯୋଗ କରୁଛନ୍ତି |

Comments are closed.