Friday, September 25, 2020
Home headline ରାୟଗଡା ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ସଙ୍ଘର ବୈଠକ

ରାୟଗଡା ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ସଙ୍ଘର ବୈଠକ

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ମହିଳା ସ୍ୱାସ୍ଥ୍ୟ କର୍ମୀ ସଙ୍ଘର ବୈଠକ ସଭାନେତ୍ରୀ ବୈଜୟନ୍ତି ଖଟୁଆଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଂଚଳରେ କଷ୍ଟ ସ୍ୱୀକାର କରି କାର୍ଯ୍ୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ନ୍ୟାଯ୍ୟ ଦାବୀ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରାଯାଇଥିଲା । ଏହି ବୈଠକରେ ଆରଏସିପିର ତ୍ରୁଟି ସୁଧାର କରି କାର୍ଯ୍ୟକାରୀ କରିବା, ନିର୍ଦ୍ଧାରିତ ସମୟ ମଧ୍ୟରେ ପଦୋନ୍ନତି ପ୍ରଦାନ, ଗ୍ରେଡପେ ୨୮୦୦କୁ ବୃଦ୍ଧି, ସ୍ୱତନ୍ତ୍ର କେବିକେ ଭତ୍ତା ପ୍ରଦାନ, ଘର ଭଡା ୨୫୦ ରୁ ୨୫୦୦ କୁ ବୃଦ୍ଧି, ଗସ୍ତ ଖର୍ଚ୍ଚ ୨୦୦ ରୁ ୧୫୦୦ କରିବା, କ୍ୟାଡର ରୁଲକୁ ସଂଶୋଧନ କରିବା, ଠିକା ଭିତ୍ତିରେ ଏଏନ୍ଏମ ନିଯୁକ୍ତି ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ସମ୍ପାଦିକା ସଂଯୁକ୍ତା ଶତପଥୀ, ପ୍ରଭାତୀ ନାୟକ, ମଂଜୁବାଲା ପାଳ, କେ ଇନ୍ଦିରା, ପୁଷ୍ପାଞ୍ଜଳି, ପ୍ରଭାତୀ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: