ଗାଡି ରେ ଧକ୍କା ଦେଇ ଯୁବକ ଙ୍କୁ ଲୁଟ : ଗୁରୁତର ଅବସ୍ଥାରେ ଯୁବକ ଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର

0
166

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୧୬/୧୨) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖଜୁରପଡା ଗ୍ରାମ ନିକଟ ଛକ ଠାରେ ଟିଟିଲାଗଡ଼ ରୁ ରଞ୍ଜନ ବନଚୋର (୩୪) ନାମକ ଜଣେ ଯୁବକ ନିଜ ଘର ଭୋସଲାଡ଼ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଗାଡି ରେ ଧକ୍କା ଦେଇ ଅଟକେଇ ଆକ୍ରମଣ କରି ଗୁରୁତର ଆହତ କରିଦେଇ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ।WhatsApp Image 2021 12 16 at 11.44.48 AM ଗାଡି ରେ ଧକ୍କା ଦେଇ ଯୁବକ ଙ୍କୁ ଲୁଟ : ଗୁରୁତର ଅବସ୍ଥାରେ ଯୁବକ ଙ୍କୁ ଚିକିତ୍ସା ପାଇଁ ସ୍ଥାନାନ୍ତର

ସୂଚନା ଅନୁଯାୟୀ ରଞ୍ଜନ ପ୍ରତିଦିନ ଭଳି ଟିଟିଲାଗଡ଼ ସହର କୁ ଗତ ବୁଧବାର ଆସି ସେ କାମ କରୁଥିବା ଏକ ସାର ଦୋକାନ ରୁ ସନ୍ଧ୍ୟା ପ୍ରାୟ ୭ ଟା ୩୦ରେ ନିଜ ଘରକୁ ତାଙ୍କ ବାଇକ ରେ ଫେରୁଥିବା ବେଳେ ସାମ୍ନା ପଟରୁ ଏକ ବାଇକ ରେ ତିନି ଜଣ ଯୁବକ ଆସି ଗାଡି ରେ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ରଞ୍ଜନ ତାଙ୍କ ବାଇକ ସହ ପଡି ଗୁରୁତର ଆହତ ହୋଇଯାଇଥିଲେ ।

ଧକ୍କା ଦେଇଥିବା ଉକ୍ତ ବାଇକ ସହ ତିନି ଜଣ ଯୁବକ ଚାଲିଯାଇଥିବା ବେଳେ କିଛି ବ୍ୟକ୍ତି ଟିଟିଲାଗଡ଼ ଡାକ୍ତରଖାନା କୁ ଆଣି ଭର୍ତ୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଡ଼ଃ ଓଁକାର ହୋତା ବଲାଙ୍ଗୀର ଜିଲ୍ଲା ମେଡ଼ିକାଲ କଲେଜ ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରିଥିଲେ । ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ବେଳେ କାନ ରୁ ରକ୍ତବାହାରିବା ଯୋଗୁଁ ଅବସ୍ଥା ଗୁରୁତର ଥିବା ବେଳେ ବଲାଙ୍ଗୀର ରେ ସେ ବର୍ତ୍ତମାନ ଭର୍ତ୍ତି ଥିବା ଜଣାଯାଇଛି ।

ତେବେ ଘଟଣା ଘଟିଥିବା ଉକ୍ତ ଖଜୁରପଡା ଛକ ନିକଟରେ କିଛି ଅସାମାଜିକ ଯୁବକ ନିୟମିତ ରହି ଲୁଟ ତରାଜ ସହ ଏପରି ଗାଡି ଧକ୍କା ଦେଇ ଟଙ୍କା ଓ ମୋବାଇଲ ଲୁଟ ଚଳାଉଥିବା ଅଭିଯୋଗ ହୋଇଆସୁଛି । ସେହିପରି ରଞ୍ଜନ ଙ୍କ ଟଙ୍କା ଓ ମୋବାଇଲ ନେଇ ଉକ୍ତ ଯୁବକ କୁ ଗୁରୁତର ଅବସ୍ଥାରେ ପକେଇ ଚାଲିଯାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।