ସାଇକଲ ଫିଟର ଙ୍କ ଶୋଚନୀୟ ମୃତ୍ୟୁ

0
130

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୫/୧୨) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ସାଇକଲ ଫିଟର ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।WhatsApp Image 2021 12 16 at 8.28.55 AM ସାଇକଲ ଫିଟର ଙ୍କ ଶୋଚନୀୟ ମୃତ୍ୟୁ

ସୂଚନା ଅନୁଯାୟୀ ଭୀମ ଭାଟି ନାମକ ଜଣେ (୫୫) ବ୍ୟକ୍ତି ପ୍ରତିଦିନ ପରି ତାଙ୍କ ଗ୍ରାମ ର ଏକ ସାଇକେଲ ଦୋକାନ କରି ସାଇକଲ ଫିଟର କାମ କରିଆସୁଥିଲେ । ଅପରାହ୍ନ ପ୍ରାୟ ୮ ଟା ୩୦ ରେ ସେ ନିଜ ସାଇକେଲ କାମ କରି ନିଜ ଘରକୁ ଯାଇ ଥିଲେ । ହେଲେ ହଠାତ ଅସୁସ୍ଥ ହୋଇ ପଡିବାରୁ ଏକ ବୋଲେରୋ ଗାଡି ରେ ପରିବାର ଲୋକେ ଟିଟିଲାଗଡ଼ ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତରଖାନାରେ ଡ଼ଃ ଓଁକାର ହୋତା ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ ଜଣେ ସାଇକେଲ ଫିଟର ଭାବେ ପରିବାର ପ୍ରତିପୋଷଣ କରିବା ସହ ମିଷ୍ଟଭାସି ଥିଲେ । ତାଙ୍କ ମୃତ୍ୟୁ ନେଇ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ସ୍ଥାନୀୟ ଡାକ୍ତରଖାନାରେ ପ୍ରବଳ ଜନସମାଗମ ହୋଇଥିଲା । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।