ଧାନ ମଣ୍ଡି ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ

0
206

ରିପୋର୍ଟ : ଗୋପୀନାଥ ଗୌଡ଼ //
“ଜିଲ୍ଲା ର ୪୦ ଟି ମଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ୬୭,୬୦୦ ମେଟ୍ରିକ୍ଟନ ପାଇଁ ଧାନ ସଂଗ୍ରହ କରାଯିବ”
ରାୟଗଡା, (୧୫/୧୨) : ଖରିଫ ଧନ ସଂଗ୍ରହ ପାଇଁ ଆଜି ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ଧାନ ମଣ୍ଡି ଶୁଭାରମ୍ଭ କରିଛନ୍ତି l3fd0c896 1016 40d3 b501 4a93561f5f23 ଧାନ ମଣ୍ଡି ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ

ସ୍ଥାନୀୟ ରାୟଗଡ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମିଶ୍ର, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ ରାୟଗଡ, ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଃସାନ ପ୍ରହରାଜ, ଆରେମ୍ସି ସଂପାଦକ ବିପିନ ସ୍ଵାଇଁ ଓ ଅନ୍ୟାନ୍ୟ ଅଧିକାରୀ, ମିଲ ମାଲିକ ମନେ ଆଦି ଧାନ ମଣ୍ଡି ଶୁଭାରମ୍ଭ ରେ ଉପସ୍ଥିତ ଥିଲେ l ଚଳିତ ବର୍ଷ ଜିଲ୍ଲା ର ୧୧ ଗୋଟି ବ୍ଲକ ରୁ ୪୦ ଟି ବହୁମୁଖୀ ସମବାୟ ସଂସ୍ଥା ମାଧ୍ୟମରେ ୬୭,୬୦୦ ମେଟ୍ରିକ୍ଟନ ଚାଉଳ ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ମେଟ୍ରିକ୍ଟନ ଧlନ ଚାଷୀମାନଙ୍କ ଠାରୁ କିଣାଯିବ l34e073e1 3ce6 4b8d 991b 7f1ccf7b2a41 ଧାନ ମଣ୍ଡି ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ

ଚଳିତ ବର୍ଷ ଧାନ ବିକ୍ରେ ପାଇଁ ଜିଲ୍ଲାରୁ ୧୭,୪୭୫ ଜଣ ଚାଷୀ ପଞ୍ଜିକୃତ କରିଥିଲେ l ସମବାୟ ବିଭାଗ ତରଫ ରୁ ଯାଞ୍ଚ ପରେ ୧୫,୫୩୪ ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୧୮୯୨ ଜଣ ଚାଷୀ ବଡ ପଡିଛନ୍ତି l ୧୪,୦୬୭ ଜଣକର ଧାନ ବିକ୍ରେ ନିମନ୍ତେ ଟୋକାନ ବହାରିବ l ଧାନ କ୍ୱିଣ୍ଟାଳ ପିଛା ସର୍ବ ନିମ ମୂଲ୍ୟ ୧,୯୪୦ ଟଙ୍କା ଓ ଏ ଗ୍ରେଡ ଧାନ ୧,୯୬୦ ଟଙ୍କା ଦରରେ କିଣାଯିବ l