ଅସ୍ଥାୟୀ ବନ କର୍ମଚାରୀଙ୍କ ନୂଆଖାଇ ଭେଟଘାଟ

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ବଘାର): ବଲାଙ୍ଗିର ଡିଭିଜନ ଅସ୍ଥାୟୀ ବନ କର୍ମଚାରୀ ସଂଘ ତରଫର ମୁରିବାହାଲ ବନବିଶ୍ରାମଗାର ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି |

ଏହି ଭେଟଘାଟ କାର୍ଯ୍ୟକ୍ରମରେ ଲୋଇସିଂହା ବନଖଣ୍ଡ ଅଧିକାରୀ ରାଜକିଶୋର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ | ସମ୍ମାନୀୟ ଅତିଥି ଭାବେ ମୁରିବାହାଲ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମା ନାଏକ, ସାଂସଦ ପ୍ରତିନିଧି ନିମାଇଁ ବଘାର, ଓଟିଭି ପ୍ରତିନିଧି ସୁରଦାସ ବାଗ, ସମାଜ ପ୍ରତିନିଧି ଭଗବାନ ମହାନ୍ତି, ସ୍ଥାୟୀ ବନ କର୍ମଚାରୀ ସଂଘ ସଭାପତି ସାଇ ଚରଣ ନାଏକ, ଫରେଷ୍ଟର କାମେସ ତାଣ୍ଡି, ବଲାଙ୍ଗିର ଅସ୍ଥାୟୀ ବନ କର୍ମଚାରୀ ସଂଘର ସଭାପତି ବିପ୍ଳବ ପଟ୍ଟନାଏକ, N.G.O ଆଶା ସମ୍ପାଦକ ପୁର୍ଣ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମିଳିତଭାବେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଶେଖ ଶିରାଜ ଅତିଥି ପରିଚୟ ପ୍ରଦାନ କରିଥିଲେ |

ମୁଖ୍ୟ ଅତିଥି ରାଜ କିଶୋର ନାଏକ ନୁଆଖାଇ ଭାଇଚାରାର ପର୍ବ ସହିତ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ କିପରି ମନାନ୍ତର ପରେ ମଧ୍ୟ ନୂଆଖାଇ କିପରି ଲୋକଙ୍କୁ ଭାଇଚାରାରେ ବାନ୍ଧି ରଖେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ | ତା ସହିତ ଅସ୍ଥାୟୀ ବନ କର୍ମଚାରିଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ | ପରେ ସମସ୍ତ ଅତିଥି ନୂଆଖାଇ ଉପରେ ନିଜର ନିଜର ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ |ପଶ୍ଚିମ ଅସ୍ଥାୟୀ ବନ କର୍ମଚାରୀ ସଂଘର ସଭାପତି ସାଇଚରଣ ନାଏକ ଅସ୍ଥାୟୀ କର୍ମଚାରୀଙ୍କ ଅସୁବିଧା ବିଷୟରେ କହିଥିଲେ, ୨୪ ଘଣ୍ଟା ଡିଉଟି ସାଙ୍ଗକୁ କମ ଦରମା ହେଉଥିବା ବିଭିନ୍ନ ସମସ୍ୟା ଯଥା ଠିକ ସମୟରେ ଦରମା ନ ମିଳିବା, ଡ୍ରେସର ତାରତମ୍ୟ, ରାତି ଡିଉଟିରେ ଟର୍ଚ୍ଚ, ଲାଇଟ ସମସ୍ୟା ଏଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଅତିଥିକୁ ଗୁହାରି କରିଥିଲେ | ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଈଁ ସରକାରଙ୍କ ହସ୍ତକ୍ଷେପ କରିବାକୁ ଲେଖାଯିବା ବୋଲି ମୁଖ୍ୟ ଅତିଥି ରାଜ କିଶୋର ନାଏକ ଆଶ୍ୱାସନା ଦେଇଥିଲେ |

ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ୧୧ଟି ଡିଭିଜନର ଶତାଧିକ ଅସ୍ଥାୟୀ କର୍ମଚାରୀ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମକୁ ସମ୍ପାଦକ ହେମନ୍ତ ବୁଡ଼େକ, କୋଷାଧକ୍ଷ ହେମସାଗର ସିଙ୍ଗ, ଦିଲୀପ ବେନିଆ, ଲକ୍ଷ୍ମୀ ଧର କର୍ମୀ, ଦିଲେଶ୍ଵର, ସୁରେଶ ମାଝୀ, କୁର୍ତ୍ତୀ ବାଗ ଙ୍କ ସହଭାଗିତାରେ ସୁଚାରୁ ରୂପେ ତୁଲାଇଥିଲେ | ଶେଷରେ ଶେଖ ଶିରାଜ ଧନ୍ୟବାଦ ପ୍ରଦାନ କରିଥିଲେ |

Comments are closed.