ବିନା କାର୍ଯ୍ୟରେ ହଡ଼ପ କରାଯାଉଛି ମନରେଗା ଯୋଜନା ର ଲକ୍ଷ ଲକ୍ଷ ଟଙ୍କା

0
133

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୪/୧୨) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତରେ ଫେଲ ମାରିଛି ମନରେଗା ଯୋଜନା l ବିନା କାର୍ଯ୍ୟରେ ହଡ଼ପ କରାଯାଉଛି ମନରେଗା ଯୋଜନା ର ଲକ୍ଷ ଲକ୍ଷ ଟଙ୍କା l

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଠେମରା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ବିନା କାର୍ଯ୍ୟରେ ଶ୍ରମିକଙ୍କ ଖାତାରୁ କିଭଳି ଟଙ୍କା ଆଦାୟ କରୁଛନ୍ତି ତାର ଭିଡ଼ିଓ ହେଉଛି ଭାଇରାଲ l ଫୁଲବନ୍ଧ ଠାରୁ ସିଲେଟପଡା ଓ ଫୁଲବନ୍ଧ ଠାରୁ ଗଁରେଇ ରାସ୍ତା ମନରେଗା ଯୋଜନା ରେ ହୋଇଥିବା ବେଳେ ମାଟି ଉନ୍ନତି କାମ ସମ୍ପୂର୍ଣ୍ଣ ହୋଇ ନାହିଁ, କିନ୍ତୁ ଟଙ୍କା ବେନାମୀ ଶ୍ରମିକଙ୍କ ନାମରେ ଉଠା ଯାଉଛି l

ଏପରିକି ହଜାର ହଜାର ଟଙ୍କା ର ଵିଲ କାଗଜ ପତ୍ର ରେ ହଡପ ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । କାମ ନ କରି ଟଙ୍କା ପାଇଥିବା ଥିବା ଶ୍ରମିକ କହିଛନ୍ତି କି କାମ ନ କରି ତାଙ୍କ ଆକାଉଣ୍ଟ କୁ କେମିତି ଆସିଲା ମନରେଗା ଯୋଜନାର ଟଙ୍କା l ଏ ବିଷୟରେ ମୋତେ କିଛି ଜଣା ନାହିଁ ହେଲେ ଟଙ୍କା ନେବା ପାଇଁ ଠେମରା ସରପଞ୍ଚ ଙ୍କ ସ୍ୱାମୀ ଅନ୍ୟଲୋକ ଙ୍କୁ ପଠାଇ ଥିଲେ l ମୁଁ ସେହି ଟଙ୍କାକୁ ଦେଇ ଦେଇଛି ବୋଲି କହିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ପଞ୍ଚାୟତ ସାରା କେତେ ଓ କିଭଳି କାର୍ଯ୍ୟଚାଲିଛି ସ୍ପଷ୍ଟ ପ୍ରମାଣିତ ହୋଇଛି । ଶ୍ରମିକ ମାନଙ୍କ ନାମରେ ଟଙ୍କା ପକାଇ ଆତ୍ମସାତ କରାଯାଉଛି l କାଗଜ କଲମରେ କାମ କରି କିଛି ମୋରୁମ ଆଉ ମାଟି ଛିଞ୍ଚି ଲକ୍ଷ ଲକ୍ଷ ଟଙ୍କା ଵିଲ ମିଳି ମିଶି ଆତ୍ମସାତ କରିଛନ୍ତି ଗରିବ ଶ୍ରମିକଙ୍କ ଟଙ୍କା l

ଏ ବିଷୟରେ ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କୁ ଯୋଗଯୋଗ କରିଥିବାରୁ ପ୍ରତିକ୍ରିୟା ରେ ସେ କହିଛନ୍ତି ଯଦି କାମ ନ କରିଥିବା ଶ୍ରମିକଙ୍କ ଖାତାରେ ଟଙ୍କା ପଡିଛି ତେବେ ରିକଭରୀ କରାଯିବ। ଏଭଳି ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ତାହା କେବଳ ଦେଖିବାକୁ ବାକି ରହିଲା ।