Related Contents

ଜଳ ସମସ୍ୟାକୁ ନେଇ ପଂଚାୟତ ଅଫିସ ଘେରିଲେ ମହିଳା

ଦେଓଗାଁ (ବିଧୁଭୂଷଣ ପ୍ରଧାନ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡ଼ା ପଂଚାୟତରେ ଜଳ ସମସ୍ୟା କୁକ ନେଇ ମହିଳାମାନେ ପଂଚାୟତ ଅଫିସ ଘେରାଉ କରିଛନ୍ତି |

ଜଣାଯାଏ ଯେ ବନ୍ଧପଡ଼ା ଗ୍ରାମକୁ ସରକାରଙ୍କ ତରଫରୁ ସ୍ଥାନୀୟ ଜଳଯୋଗାଣ ବ୍ୟବସ୍ଥା ଦୀର୍ଘ ଦଶବର୍ଷ ତଳେ କରାଯାଇଥିଲା ଓ ଏକ ପମ୍ପ ହାଉସ ତିଆରି କରାଯାଇଥିଲା | ଗାଁ ଭିତରେ ପାଣି ଟ୍ୟାପ ମାନେ ବସାଯାଇଥିଲା | କେତେ ବର୍ଷ ଠିକ ଚାଲିବ ପରେ ଏବେ କିନ୍ତୁ ବହୁତ ଦିନ ହେଲା ପାଣି ଯୋଗାଣ ବନ୍ଦରହିଛି | ସ୍ଥାନୀୟ ଜଳର ଅଭାବ ହେତୁ ଏକ କୂଅକୁ ଭରସା କରି ଲୋକେ ଚଳୁଛନ୍ତି କିନ୍ତୁ ଏବେ ବର୍ଷ ହେବାରୁ କୂଅ ଜଳ ଦୂଷିତ ହୋଇଯାଇଛି ଓ ପିଇବା ପାଇଁ ଉପଯୁକ୍ତ ନୁହେଁ | ଲୋକେ ଅନେକ ସଂକ୍ରାମକ ରୋଗର ଶିକାର ହେବ ଭୟ ରହିଛି ବୋଲି ମହିଳା ମାନେ କହିଥିଲେ | ସରପଞ୍ଚଙ୍କ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିଲେ ଏଣୁ ଆଜି ଅନେକ ସଂଖ୍ୟାରେ ମହିଳା ମାନେ ଯୋଗ ଦେଇ ପଂଚାୟତ ଅଫିସ ଘେରିଥିଲେ |

ଏ ବିଷୟରେ ସରପଞ୍ଚ ଶ୍ରୀମତୀ କୁମୁଦିନୀ ସେଠ ଓ ନେବ ସରପଞ୍ଚ ଆର୍ତ୍ତ ପଲିତଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ ପମ୍ପ ହାଉସ ଯେଉଁ ଜାଗାରେ ଅଛି ସେ ଜାଗାକୁ ଠାକୁର ସୁନା ନାମକ ଜଣେ ବ୍ୟକ୍ତି ମୋ ଜାଗା ବୋଲି ଦାବି କରୁଛି ଓ ପମ୍ପ ଚଳେଇବାକୁ ଛାଡୁ ନି ବୋଲି କହିଲେ ଓ ଯଥାଶୀଘ୍ର RI ଙ୍କୁ ଡାକି ଜାଗା ମାପି ସମସ୍ୟା ର ସମାଧାନ କରିବେ ବୋଲି କହିଛନ୍ତି | ଘେରୁବେଳେ ଶ୍ରୀ ଦେବପ୍ରାତାପ ଷlଣ୍ଢ, ଭିଷ୍ମଦେବ ପଧାନ, କୁନି ନାଏକ,ଘନଶ୍ୟାମ ପୋଢ଼ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ |

Comments are closed.