ମାନସିକ ବିକାରଗ୍ରସ୍ତ ୫୫ ବର୍ଷୀୟ ମହିଳା ଙ୍କୁ ବଳାତ୍କାର ଅଭିଯୋଗ, ତିନି ଯୁବକଙ୍କୁ ସନ୍ଦେହରେ ଅଟକ

0
212

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୪/୧୨) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳ ର ଏକ ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ୫୫ ବର୍ଷିୟା ମହିଳା ଙ୍କୁ ଗତ ୧୩ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ବଳାତ୍କାର ର ଶିକାର କରିଥିଲେ ।

ଏ ନେଇ ଲୋଇସିଂହା ପୋଲିସ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାନସିକ ବିକାରଗ୍ରସ୍ତ ମହିଳା ଙ୍କ ଡାକ୍ତରୀମାଇନା କରି ପ୍ରାରମ୍ଭିକ ଚିକିତ୍ସା ଯୋଗାଇଦେଇଥିବା ବେଳେ ତିନି ଜଣ ଯୁବକ ଙ୍କୁ ସନ୍ଦେହ ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ ପାଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଚଳାଉଥିବା ବେଳେ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବଲାଙ୍ଗୀର ଜିଲ୍ଲା ଜନସେବା ସଙ୍ଘ ସଭାପତି ଲମ୍ବୋଧର ଛତ୍ରୀଆ ଲିଖିତ ଭାବେ ଦାବି କରିଛନ୍ତି ।

ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏହି ଥାନା ଅଞ୍ଚଳରେ ବ୍ୟାପକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।