କଳାହାଣ୍ଡି ଜିଲ୍ଲା ରେ ଆଦିବାସୀ ପରମ୍ପରା ର ଟୋକିମରା ଆଦ୍ୟପର୍ବ ଗୁଡ଼ିଚଘା ସମ୍ପନ୍ନ

0
163

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, (୧୪/୧୨) : ଆଦିବାସୀ ପରମ୍ପରା ରେ ଭରପୁର କଳାହାଣ୍ଡି ଜିଲ୍ଲା ରେ ଟୋକିମରା ଏକ ପ୍ରମୁଖ ପର୍ବ । ଏହି ଅବସରରେ କଲମପୁର ବ୍ଲକ, ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମଠାରେ ଟୋକି ପର୍ବ ର ଆଦ୍ୟପର୍ବ ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି ।WhatsApp Image 2021 12 14 at 11.36.01 AM 1 କଳାହାଣ୍ଡି ଜିଲ୍ଲା ରେ ଆଦିବାସୀ ପରମ୍ପରା ର ଟୋକିମରା ଆଦ୍ୟପର୍ବ ଗୁଡ଼ିଚଘା ସମ୍ପନ୍ନ

ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶିଳ କୁମାର ରାଉତ, ଅରୁଣ କୁମାର ଜଗରିଆ, ସମାଜସେବୀ ହୃଷୀକେଶ ପଟେଲ, ଚନ୍ଦ୍ର କିଶୋର ସିଂ, ଭକ୍ତ ଦୁର୍ଗା, ଲଳିତ ଠାକୁର, ଲୋକନାଥ ନାଗ, ପିତାମ୍ବର ଖର୍ସେଲ, ଖଗେଶ୍ୱର ଦଳପତି, ପୂର୍ବ କମିଟି ସଂଗଠକ ଚୈତନ୍ୟ ଲହଜଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏଥିରେ ତୋତ୍ତରା ଗୁଡ଼ା, ଝରାବାହାଲି, ବ୍ରାହ୍ମଣ କେନ୍ଦୁଗୁଡା, ଚୁରାଗାଁ, ଆଟିଗାଁ, ପଣ୍ଡିଗାଁ, ତେନ୍ତୁଳି ଖୁଣ୍ଟି, ପରୁଆଗୁଡା, ହାରାମାଲ ଏମିତି ବିଭିନ୍ନ ଗ୍ରାମପଞ୍ଚାୟତ ର ଜାନୀମାନେ ବରଣୀ ଧରି ଆସିଥିବା ବେଳେ, ଏକ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲେ ।

ଗୌନ୍ତିଆ ଦୁତିକୃଷ୍ଣ ଖର୍ସେଲ ଓ ପୂଜାକମିଟି ସଭାପତି ଅଭୟ ଶବର ଙ୍କ ପ୍ରତିନିଧିତ୍ୟରେ ପ୍ରଦୀପ ବାଗ, ଶ୍ୟାମ କାଣ୍ଡ, ଜକ୍ତା ଖର୍ସେଲ, ଧନଞ୍ଜୟ ଖର୍ସେଲ, ସୀତାରାମ ଗହୀର, ରବୀନ୍ଦ୍ର ବାଗ, ସାଧୁରାମ ଲହଜଳ, କେଶରୀ ବାଗ, ସୁଶିଳ ହାତୀ ପ୍ରମୁଖ ସହଯୋଗ କରିଥିଲେ । ଗୁରମେ ହିଂଦାର ମାଝୀ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ, ପୁଝାରୀ ମୋହନ ଜାନୀ, ମୁଦ୍ରାଧରିଆ ଚନ୍ଦ୍ର ମାଝୀ, ରପିଆ ଉଗ୍ରେ ମାଝୀ, ରନ୍ଧନିଆ ଭାବେ ପୁରୁନ ମାଝୀ ନିୟୋଜିତ ହୋଇଥିଲେ ।

ଗୁଡ଼ି ଉପରକୁ ଚଢ଼ି ଯେଉଁ ପୂଜା କରାଯାଏ ତାହାକୁ ଗୁଡିଚଘା ବୋଲି କୁହାଯାଏ । ନିମନ୍ତ୍ରିତ ଆତିଥି ଗ୍ରାମରେ ପ୍ରବେଶ କଲାପରେ ତାଙ୍କୁ ସ୍ୱାଗତ କରାଯାଇ ଗୁଡି ର ଚାରିପାର୍ଶ୍ୱ ପରିକ୍ରମା କରାଯାଇ ଥିଲା ଓ ଏହାପରେ ଭୋଜନରେ ଆପ୍ୟାୟିତ କରି ବିଦାୟ ଦିଆଯାଇଥିଲା । ଶେଷରେ ଏହି ବୋଦେଲ ବନ୍ଧ ଗ୍ରାମରେ ଆସନ୍ତା ଜାନୁୟାରୀ ୯ ତାରିଖରେ ଟୋକିମରା ପର୍ବ ପାଳନ କରାଯିବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଛି ।