Tuesday, March 19, 2024

Top 5 This Week

Related Posts

ଭାରତ ସରକାରଙ୍କ ଗୋଳା ବାରୁଦ ଉତ୍ପାଦନ ପ୍ରକ୍ରିୟା ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୩/୧୨) : ଭାରତରେ ୭୫ ତମ ସ୍ୱାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି । ଏହି ଅବସରରେ ଦେଶରେ ଥିବା ଭାରତ ସରକାରଙ୍କ ଅନ୍ୟତମ ଚାରୋଟି ଗୋଳାବାରୁଦ କାରଖାନା ମଧ୍ୟରୁ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ତା.୧୩/୧୨/୨୧ରିଖ ରୁ ତା.୧୯/୧୨/୨୧ରିଖ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ତେବେ ଆଜି ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା ଅଫିସର୍ସ କ୍ଳବ ର ସାର୍ବଜନୀନ ପ୍ରଦର୍ଶନ ଅନୁଷ୍ଠିତ ହେଉଛି । ଦେଶରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭର୍‌ର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଥିଲେ । ପରେ ଭାରତ ସରକାରଙ୍କ ବଡ଼ମାଲ ଗୋଳାବାରୁଦ କାରଖାନା ର ମହା ପ୍ରବନ୍ଧକ ଅଜୟ ଇ.ସିଂ ଦୀପ ପ୍ରଜ୍ଜ୍ଵଲନ ପୂର୍ବକ ପ୍ରଦର୍ଶନ କାର୍ଯ୍ୟକ୍ରମ ର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ କୁ ଡିଜିଏମ ପ୍ରଭାସ ଭୋଇ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡ଼ିଜିମ୍‌ ଡା. ଏ.ଏସ.ଖାନ ଓ ଏସ ମଣ୍ଡଳ ଉପସ୍ଥିତ ଥିଲେ ।WhatsApp Image 2021 12 14 at 9.49.27 AM ଭାରତ ସରକାରଙ୍କ ଗୋଳା ବାରୁଦ ଉତ୍ପାଦନ ପ୍ରକ୍ରିୟା ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ

ପରେ ଅତିଥିମାନେ ବଡ଼ମାଲ ଗୋଳାବାରୁଦ କାରଖାନାରେ ନିର୍ମିତ ହେଉଥିବା ବିଭିନ୍ନ ସାମଗ୍ରୀ ଦେଖାଇ ଥିଲେ । କାର୍ଯ୍ୟକ୍ରମ ଶେଷରେ ୱାର୍କର୍ସ ମ୍ୟାନେଜର ଡିକେ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ସାଧାରଣ ଏହି କାର୍ଯ୍ୟକ୍ରମ ଦେଖି ପାରିବେ ବୋଲି ମହା ପ୍ରବନ୍ଧକ ପ୍ରକାଶ କରିବା ସହ ଆସନ୍ତା ୧୯ ତାରିଖରେ ଉଦ୍‌ଯାପିତ ହେବ ବୋଲି ଜଣାଯାଇଛି ।

Popular Articles