ଝଞ୍ଜାବତୀ ମହିଳା ୱାର୍କସ କ୍ଳବ ତରଫରୁ ବୃକ୍ଷରୋପଣ 

0
348

ରିପୋର୍ଟ :  ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୧୩/୦୭) : ପବିତ୍ର ଗୁଣ୍ଡିଚା ଯାତ୍ରାର ଶୁଭ ଅବସରରେ ରାୟଗଡା ଝଞ୍ଜାବତୀ ମହିଳା ୱାର୍କସ କ୍ଳବ ସଭାପତି ଶ୍ରୀମତୀ ରୁବି କୁଣ୍ଡୁ ଙ୍କ ସଭାପତିତ୍ୱରେ ମହିଳା ୱାର୍କସ କ୍ଳବ ତରଫରୁ ରାୟଗଡା ସରକାରୀ ଆଇଟିଆଇ ପଛପାର୍ଶ୍ୱ ରେ ଥିବା ଅଶୋକ ନଗର ର ଦ୍ଵିତୀୟ ଗଳିରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ ଟି ନିମ୍ବ, ହରିଡ଼ା, ବାହାଡା, ପିସ୍ତା ବାଦାମ, ଜାମୁକୋଳି, କଦମ୍ବ ଇତ୍ୟାଦି ଔଷଧୀୟ ବୃକ୍ଷ ରୋପଣ କରି ବୁଦ୍ଧିଜୀବୀ ମହଲରେ ପ୍ରସଂଶିତ ହୋଇଛନ୍ତି ଝଞ୍ଜାବତୀ ମହିଳା ୱାର୍କସ କ୍ଳବ l

ଆସ୍ତେ ଆସ୍ତେ ଜଙ୍ଗଲ ବିଲୁପ୍ତ ହେବା ଯୋଗୁଁ  ଜଙ୍ଗଲଜାତ ଏହିସବୁ ଔଷଧୀୟ ବୃକ୍ଷ ମଧ୍ୟ ବିଲୁପ୍ତ ପ୍ରାୟ l ସେହିସବୁ ବୃକ୍ଷଗୁଡିକୁ ପୁଣିଥରେ ଆମ ଜୀବନଚର୍ଯ୍ୟାରେ ସାମିଲ କରିବାର ଉଦ୍ଧେଶ୍ୟ ନେଇ ଶ୍ରୀମତୀ କୁଣ୍ଡୁ ଏହିପରି ଏକ ସ୍ମରଣୀୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଏହି କାର୍ଯ୍ୟକ୍ରମରେ ଡି.ଜି. ଟି. ଜୟରାମ ସାର ଏବଂ ପ୍ରଫେସର ଡି.କେ. ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l

କ୍ଳବ ସେକ୍ରେଟାରୀ ସବିତା ମିଶ୍ର, କୋଷାଧକ୍ଷା ଅରୁଣା ବେହେରା, ଅନୁସୟା ମାଝୀ, ସରସ୍ଵତୀ ସାହୁ, ରେଣୁବାଳା ପାଣିଗ୍ରାହୀ, ସମିତା ପାଢ଼ୀ, ପଦ୍ମା ମିଶ୍ର, ଦୀପ୍ତି ପରିଚ୍ଛା, ରଶ୍ମିତା ପଣ୍ଡା, ସଞ୍ଜୁ ନନ୍ଦ ଏବଂ ସୁଜାତା ମାଦଳା ପ୍ରମୁଖ କ୍ଳବ ସଦସ୍ୟା ଉପସ୍ଥିତ ରହିଥିଲେ l ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ ହୃଦୟର ସହିତ ଅଂଶଗ୍ରହଣ କରିଥିଲେ l