Related Contents

ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ଅଭିନବ ପ୍ରୟାସ – ” ଆମେ ବି ମଣିଷ “

ବଲାଙ୍ଗୀର (ମୋହିତ ତ୍ରିପାଠୀ): ମଣିଷ ଭିତରେ ହିଁ ମଣିଷ ଖୋଜିବା ଏକ ମହତ କାମ | ଆଉ ଏହାକୁ ପ୍ରତିପାଦିତ କରିଛନ୍ତି ବଲାଙ୍ଗୀର ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ ସଂସ୍ଥା |

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ ତରଫରୁ ଆଉ ଏକ ନୂଆ କାମ ” ଆମେ ବି ମଣିଷ” ଆରମ୍ଭ ହୋଇ ଯାଇଛି | ଏଥିରେଏଇ ପାଖାପାଖି ଅଂଚଳର ମାନସିକ ରୋଗୀଙ୍କୁ ଚିକିତ୍ସା ସୁବିଧାରେ ମିଳିପାରିବ | ପ୍ରଥମେ ବଲାଙ୍ଗୀର ମୁଖ୍ୟ ହସ୍ପିଟାଲକୁ ଯାଇ ସେଠାରେ ଥିବା ମାନସିକ ରୋଗୀଙ୍କ ଚିକିତ୍ସା କରିଥିଲେ, ସେମାନେ ବହୁ ଦିନ ଧରି ସେଠରେ ପଡି ରହିଥିଲେ | ତାଙ୍କୁ ସଫାସୁତୁରା କରି ନୂଆ ବସ୍ତ୍ର ପରିଧାନ ପାଇଁ ମଧ୍ୟ ଦିଆଯାଇଥିଲା | ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସମସ୍ତ ସଦଶ୍ୟ ସହ ବିଶିଷ୍ଟ ସମାଜ ସେବି ଶ୍ରୀ ଲଳିତ ନାଏକ ଓ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସୁଜ୍ଞାନନେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ |

Comments are closed.