ବିଶ୍ୱହିନ୍ଦୁ ପରିଷଦ ର ଜିଲ୍ଲା ବୈଠକ ଅନୁଷ୍ଠିତ

0
125

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୨/୧୨) : ଆଜି ଢେଙ୍କାନାଳ ସହରର ଯଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ବିଶ୍ୱହିନ୍ଦୁ ପରିଷଦ ର ଢେଙ୍କାନାଳ ର ସଭାପତି ଶ୍ରୀ ରଘୁନାଥ ପଣ୍ଡା ତତ୍ୱବାଧାନରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦ ର ସମ୍ପାଦକ ଉମେଶ ଚନ୍ଦ୍ର ରାଉତ, ରତ୍ନ ଭୂଷଣ ସାହୁ, ପ୍ରାନ୍ତ ସରାଂକ୍ଷକ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଧର୍ମଚାର୍ଯ୍ୟ ଜିତେନ୍ଦ୍ର ବେହେରା, ବିଭାଗ ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ବୈଠକରେ ଏକାତ୍ମକ ମନ୍ତ୍ର ଉଚ୍ଚାରଣ, ଜୟଘୋଷ ପାଠ କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ ଓ ନାମ ପଦ ଘୋଷଣା କରାଯାଇଥିଲା । ହିନ୍ଦୁମାନଙ୍କର ସୁରକ୍ଷା ଓ ହିନ୍ଦୁ ରାଷ୍ଟ୍ର ର ପରିକଳ୍ପନା ପୂର୍ବକ ଚିନ୍ତନ କରାଯାଇ ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

ଆଜିର ବୈଠକରେ ସଭାପତି ରଘୁନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ଇନ୍ଦ୍ରମଣି ମଲିକ ଉଦବୋଧନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ କୁ ଉପସଭାପତି ଅକ୍ଷୟ କୁମାର ନାଥ ପରିଚାଳନା କରିଥିଲେ ।