ବେଆଇନ ଜରିମାନାର ପ୍ରତିବାଦ ରେ ଟ୍ରାକ୍ଟର ୟୁନିୟନ ର ଧର୍ମଘଟ

କଲ୍ୟାଣ ସିଂହପୁର (ଅକ୍ଷୟ ପୀଡ଼ିସିକା): ଗତକାଲି କଲ୍ୟାଣ ସିଂହପୁର ବ୍ଲକର ତହସିଲଦାରଙ୍କ ଅଭିଯୋଗରେ କଲ୍ୟାଣସିଂହପୁର ଟାକ୍ଟର ଉନିୟନ ତରଫରୁ ଧର୍ମଘଟ ଡାକରା ଦେଇଥିଲା ଟ୍ରାକ୍ଟର ୟୁନିୟନ |

ବେଆଇନ ହିସାବରେ ବାଲି,ଚିପସ, ମେଟାଲ ଲୋଡକୁ ଯାହା ତାହା ମନମୁଖୀ ଭାବରେ ଜରିମାନା ଆଦାୟ ବାବଦକୁ ୩୦ ହଜାରରୁ ଉର୍ଦ୍ଧ ଜରିମାନା ପକାଉଥିଲେ ସରକାରୀ ବିଭାଗ | ଦୁର୍ଭାଗ୍ୟ କଥା ଯେ କାଗଜ ପତ୍ର ସବୁ ଠିକ ଥିଲେ ମଧ୍ୟ ଜରିମାନା ପକାଉଛନ୍ତି ସରକାରୀ ବିଭାଗ ବୋଲି ଟ୍ରାକ୍ଟର ୟୁନିୟନ ଅଭିଯୋଗ କରିଛନ୍ତି | ସେଥିପାଇଁ ବ୍ଲକର ସବୁ ଟାକ୍ଟର ରାସ୍ତାରେ ରଖି ଧର୍ମଘଟ କରୁଛନ୍ତି , ଯେବେ ତହସିଲଦାର ରାୟ ର ପୁନଃସମୀକ୍ଷା ନ କରିବେ ସେତେଦିନ ପର୍ଯ୍ୟନ୍ତ ଗାଡି ଉଠାଇବେ ନାହିଁ ବୋଲି ୟୁନିୟନ ପକ୍ଷରୁ ସମସ୍ତ ସଦସ୍ୟ ପ୍ରକାଶ କରିଛନ୍ତି |

Comments are closed.