Friday, March 29, 2024

Top 5 This Week

Related Posts

ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୧/୧୨) : ଅଦ୍ୟ ତା ୧୧/୧୨/୨୦୨୧ ରିଖ ଦିନ ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସରରେ ଅନୁଷ୍ଠିତ ହୋଇଅଛି ।WhatsApp Image 2021 12 12 at 10.26.34 AM ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତ ର ମୋଟ ୩୫୩ ଟି ମାମଲା ଫଏସଲା କରାଯାଇଅଛି । ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସରରେ ସେଥି ମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୪୧ ଟି, ବିବାହ ଏବଂ ପାରିବାରିକ ମାମଲା ୧୫ଟି, ଦେୱାନୀ ମାମଲା ୧୨୫ ଟି, ବିଭିନ୍ନ ପ୍ରକାର ର ଫୌଜଦାରୀ ମାମଲା ୧୭୨ ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି ।

ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ ଟ . ୧,୫୮, ୭୫୦୦୦ / – ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ.୮,୪୫,୯୫୯ ଜିଲ୍ଲା ର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି । ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ, ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟନାରାୟଣ ଦ୍ୱିବେଦୀ, ଅତିରିକ୍ତ ଜିଲ୍ଲା ଜଜ୍ ଡ. ଜୀବନଜ୍ୟୋତି ରଥ, ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ୍ର ମୁକ୍ତିରଂଜନ ଶତପଥୀ, ବରିଷ୍ଟ ଦେଓାନୀ ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ, ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଲୋପାମୁଦ୍ରା ପଣ୍ଡା, ବରିଷ୍ଟ ଦେୱାନୀ ଅଦାଲତ ( ଏଲ.ଆର.ଓଏଲ୍ . ଟି.ଭି ) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ, ବରିଷ୍ଟ ଦେଓାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ, ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମତି ସଂନ୍ଧ୍ୟା ରଥ, ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ଓ ପ୍ରଦର୍ଶୀନି ତ୍ରିପାଠୀ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ ।WhatsApp Image 2021 12 12 at 10.26.33 AM 1 ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଉକ୍ତ ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସତନ୍ତ୍ର ଜିଜ୍ ଭିଜିଲାନ୍ସ ଶ୍ରୀ ରଶ୍ମୀ ମୋହନ ଅଚାର୍ଯ୍ୟ, ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀ ଚିନ୍ମୟ ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ର ବିଚାରପତି ଶ୍ରୀ ସୁକାନ୍ତ କିଶୋର ଜେନା, ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର, କନସିଲିଏଟର, ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ, ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ ।

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର, ପି.ଏଲ. ଭି . , ଜିଲ୍ଲା ଆଇନ ସେବ ପ୍ରାଧିକରଣ ଓ ସିଭିଲ୍‌କୋର୍ଟ ର ସମସ୍ତ କର୍ମଚାରୀ ଉପରୋକ୍ତ ଲୋକ ଅଦାଲତ କୁ ସୁଚାରରପେ ପରିଚାଳନା କରିବାରେ ସହାୟତା କରିଥିଲେ ।

Popular Articles