Thursday, March 28, 2024

Top 5 This Week

Related Posts

ବୀର ସହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୧୨) : କାଶୀନଗର ବଂଶଧାରା ପାଠାଗାର ଠାରେ ବୀର ସହୀଦ ମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଗତ ସପ୍ତାହ ରେ ଏକ ହେଲିକପ୍ଟର ତାମିଲନାଡୁ ର କୁନୂର୍ ନିକଟ ଏକ ପର୍ବତ ରେ ମିଲିଟାରୀ ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଯିବା କାରଣରୁ ସେଥିରେ ଥିବା ସି ଡି ଏସ ଜେନେରାଲ ବିପିନ ରୱତ ଓ ତାଙ୍କ ପତ୍ନୀ ଙ୍କ ସହ ଓଡ଼ିଆ ଯବାନ ରାଣା ପ୍ରତାପ ଦାସ ଙ୍କ ସହିତ ଅନ୍ୟ ୧୦ ଜଣ ଜଵାନ ସହିଦ ହୋଇ ଯାଇଥିଲେ । ବୀର ସହୀଦ ମାନଙ୍କ ସ୍ମୃତି ରେ ଆଜି ଏହି ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲା ।

ବହୁ ସାମ୍ବାଦିକ, ଅବସର ପ୍ରାପ୍ତ ଫୌଜି ନାରାୟଣ ରାଓ, ସୁବାସ ବିଶ୍ୱାସ ରାୟ, ସୁରେଶ ବିଶ୍ୱାସ ରୟ ଓ ବହୁ ଛାତ୍ର ଛାତ୍ରୀ ଯୋଗ ଦେଇ ଅଗାଢ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରେସ କ୍ଲବ ସଭାପତି ହୃଷୀକେଶ ଗୌଡ ଆୟୋଜନ କରିଥିଲେ ।

Popular Articles