ରାୟଗଡା ପୋଲିସ ଓ ଆରଟିଓଙ୍କ ମିଳିତ ଭାବେ ଗାଡି ଯାଞ୍ଚରୁ ୭,୦୧,୪୯୬ ଟଙ୍କା ଜରିମାନା ଆଦାୟ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଏସ ପି ରାହୁଲ ପି ଆରଙ୍କ ନିର୍ଦେଶ କ୍ରମେ ରାୟଗଡା ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ ରାୟଗଡ଼ାଙ୍କ ମିଳିତ ଗାଡି ଯାଞ୍ଚ ସମୟରେ ତାରିଖ ୨୪.୦୯.୨୦୧୮ ଠାରୁ ୩୦.୦୯.୨୦୧୮ ପର୍ଯ୍ୟନ୍ତ ୭,୦୧,୪୯୬ ଟଙ୍କା ଜରିମାନା ଆଦାୟ କରିଛନ୍ତି |

ରାୟଗଡା ସହରର ମୁଖ୍ୟ ରାସ୍ତା, କୋରାପୁଟ ଛକ, ଡିଆଇବି ଛକ, ଏଫ ସି ଆଇ ଛକ ଠାରେ ମୋଟର ଗାଡି ଯାଞ୍ଚ କରି ସମୁଦାୟ ୧୬୫୫ଟି କେଶ ରୁଜୁ କରି ସର୍ବମୋଟ ୭,୦୧,୪୯୬ ଟଙ୍କା ଆଦାୟ କରାଯାଇଛି ବୋଲି ଏକ ପ୍ରେସ ଇସ୍ତାହାରରେ ସ୍ଥାନୀୟ ଥାନା ଅଧିକରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଭାତ୍ରା ଜଣାଇଛନ୍ତି | ବିନା ହେଲମେଟ ରେ ୧୩୦୦ଟି କେଶ ବାବଦକୁ ୩,୯୦,୦୦୦, ସାତ ବେଲ୍ଟ ଵ୍ୟଵହାର କରିନଥିବା ବ୍ୟକ୍ତି ୧୦୭ଟି କେଶ ରୁଜୁ କରି ୫୩,୦୦୦, ଗାଡିଚାଳନା ନିୟମ ଭଙ୍ଗକରି୫୩ଟି କେଶବବାଦକୁ ୨୬,୫୦୦, ମୋବାଇଲ ଫୋନରେ କଥାବାର୍ତା ହୋଇ ଚଳାଉଥୁବା ବ୍ୟକ୍ତିଙ୍କ ଠାରୁ ୨୦ଟି କେଶ ନିମନ୍ତେ ୧୦,୦୦୦, ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତି ୪ଟି କେଶ ପାଇଁ ୧୦,୦୦୦, ନାବାଳକ ବ୍ୟକ୍ତି ଗାଡିଚାଳନା ପାଇଁ ୪ଟି କେଶ ୮,୦୦୦ ବିନା ଲାଇସେନ୍ସରେ ଗାଡି ଚଳାଉଥବା ବ୍ୟକ୍ତିଙ୍କ ୮୦ଟି କେଶ ପାଇଁ ୧୨,୦୦୦, ବିନା ଇନ୍ସୁରାନ୍ସରେ ଗାଡି ଚାଲାଣ ବ୍ୟକ୍ତି ୫୧ଟି କେଶ ନିମନ୍ତେ ୨୫,୦୦୦, ପୋଲୁସନ ସାର୍ଟିଫିକେଟ ନଥିବା ବ୍ୟକ୍ତିଙ୍କ ୩୬ଟି କେଶରେ ୧,୨୭,୪୯୬ ଏହି ପରି ୭,୦୧,୪୯୬ ଟଙ୍କା ଆଦାୟ କରାଯାଇଛି | ଏହି ଯାଞ୍ଚ ସମୟରେ ରାୟଗଡା ଆଞ୍ଚଳିକ ପରିବହନ ଅଧିକାର ଦିଲୀପ ଦଳି, ଏସ ଡିପି ଓ ରାଜକିଶୋର ଦାସ, ରାୟଗଡା ଥାନା ଅଧିକାର କୃଷ୍ଣ ଚନ୍ଦ୍ର ଭାତ୍ରା, ଏମଭିଆଇ ହୃଷୀକେଶ ନାୟକ, ଏସ ଆଇ ରାଜକିଶୋର ବେହେରା, ଏଏସଆଇ କିଶୋର ବେହେରା, ଚନ୍ଦ୍ରଶେଖର ଜେନା ପ୍ରମୁଖ ଉପସ୍ଥିତ ରହି ଗାଡି ଯାଞ୍ଚ କରିଥିଲେ |

Comments are closed.