ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଓଡ଼ିଆ ସମ୍ମାନ ବିଭାଗ ର ସ୍ୱାଗତ ଉତ୍ସବ

0
175

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଓଡିଆ ବିଭାଗ ର ଅଧ୍ୟକ୍ଷ ଡ଼ଃ. ପୁର୍ନେନ୍ଦୁ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଓଡ଼ିଆ ସମ୍ମାନ ବିଭାଗ ର ସ୍ୱାଗତ ଉତ୍ସବ ପାଳିତ ହୋଇଯାଇଛି |

ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଆଜିର ଏହି ଉତ୍ସବ ରେ ଡ଼ଃ ପୁର୍ନେନ୍ଦୁ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ରାଜନୀତି ବିଜ୍ଞାନ ର ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣୀ, ଇତିହାସ ବିଭାଗ ର ସୁରେଶ୍ୱର ଯୋଶୀ, ଇଂରାଜୀ ବିଭାଗ ର ଡ଼ଃ. ପ୍ରମୋଦ କୁମାର ମହାପାତ୍ର, ଶିକ୍ଷା ବିଭାଗ ର ଅଧ୍ୟାପିକା ସୁଷମା ରାଣୀ ବହିଦାର ଏବଂ ରଞ୍ଜିତ କୁମାର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ |

ନୂତନ ବର୍ଷ ଓଡ଼ିଆ ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉତ୍ତମ ଚରିତ୍ର ଗଠନ ଓ ସତ ଶିକ୍ଷା ଉପରେ ଆଲୋକ ପାତ ହୋଇଥିଲା | ଶେଷ ବର୍ଷ ର ଛାତ୍ର ବିକାଶ ମାହାକୁଡ଼, ମାଧବ ଦାସ, ଦ୍ୱିତୀୟ ବର୍ଷ ଛାତ୍ର ଅମରେଶ ମାହାକୁଡ଼, ଦିବାକର ମାହାକୁଡ଼ ଓ ମହାବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଏହି ଉତ୍ସବ ରେ ସହଯୋଗ କରିଥିଲେ |