ସାପ କାମୁଡାରେ ଜଣେ ଗୁରୁତର

କୋଦଳା (ଜଗନ କୁମାର ସେଠି): କୋଦଳା ସହରର ହରିଜନ ସାହିର ବାବୁଲା ନାୟକ (୫୦) ଲୋକକୁ ଏକ ବିଷଧର ସାପ କାମୁଡିବାରୁ ସେ ଗୁରୁତର ହୋଇଛି l

ସେ କୋଦଳା କୁମୁଟି ସାହି ଛକ ନିକଟରେ ଗୋଟିଏ ଦୋକାନ ପାଖରେ ବସିଥିବା ସମୟରେ ଏକ ବିଷଧର ସାପ ଆସି ବାବୁଲାଙ୍କୁ ବାମହାତକୁ କାମୁଡି ଥିଲା l ସେ ଅଚେତ ଅବସ୍ଥାରେ ପଡିବାରୁ ତାଙ୍କୁ ସଙ୍ଗେ ସଙ୍ଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନlନ୍ତରିତ କରିଛନ୍ତି l

Comments are closed.