Related Contents

କୃଷିମନ୍ତ୍ରୀଙ୍କ ୩୦ହଜାର ସ୍ତ୍ରୀଙ୍କ ୬୦ହଜାର ସ୍ୱାମୀ ବୟାନରେ ବିଜେପି ମହିଳା ମୋର୍ଚ୍ଚାର ରାଲି

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ବଜେପି ମହିଳା ମୋର୍ଚ୍ଚା ତରଫରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅସଭ୍ୟ ବୟାନକୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲା ।

ଏହି ରାଲିରେ ବଜେପି ମହିଳା ନେତ୍ରୀ ପୂର୍ଣ୍ଣିମା ହାଲଦାର ନେତୃତ୍ୱରେ ମହିଳା ମୋର୍ଚ୍ଚା ତରଫରୁ ବସଷ୍ଟାଣ୍ଡରୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । କୃଷିମନ୍ତ୍ରୀଙ୍କ ୩୦ହଜାର ସ୍ତ୍ରୀ ଙ୍କ ୬୦ ହଜାର ସ୍ୱାମୀ ଦେଇଥିବା ବୟାନକୁ ନିନ୍ଦା କରିବା ସହ ଯଥା ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବିକରିଥିଲେ । ଏହି ରାଲିରେ ମହିଳା ମୋର୍ଚ୍ଚା ତରଫରୁ ତପତି ବିଶ୍ୱାସ, ଗୀତାଞ୍ଜଳି ମହାପାତ୍ର ଏବଂ ଜିଲ୍ଲାପରିସଦ ଶାନ୍ତିଲତା ବିସୋଇଙ୍କ ସହିତ ପ୍ରାୟ ୧୦୦ ରୁ ଉର୍ଦ୍ଧ କର୍ମୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କୃଷି ମନ୍ତ୍ରୀ ଙ୍କ ବିରୋଧରେ ସ୍ଲୋଗାନ ଦେଇ ତାଙ୍କର କୁଶପୁଳିକା ଦାହ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାର କୃଷିମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସତର୍କ କରାଇଥିଲେ । ଉକ୍ତ ରାଲୀକୁ ନଗର ମଣ୍ଡଳ ତରଫରୁ ସଭାପତି ଵାଲାରାଜୁ ପୋଡାଲ, ସମ୍ପାଦକ ଦିଲୀପ ଦଣ୍ଡପାଟି, ମହେନ୍ଦ୍ର ବେହେରା, ବିଜୟ ମହାରଣା, ରାହୁଲ ଟାୱାରି, ଲଳିତ ମାଡକାମୀ ବଜେପି ଆଇଟି ଓ ମିଡ଼ିଆ ପ୍ରଭାରୀ ଶ୍ରୀନିବସ ପାତ୍ର, ସତ୍ୟନାରାୟଣ ଦାସ ସହଯୋଗ କରିଥିଲେ ।

Comments are closed.