ସୁପ୍ରିମକୋର୍ଟଙ୍କ ଘୋଷଣା: ଆସନ୍ତୁ ଜାଣିବା ଆଧାର କାର୍ଡ କେଉଁଠି ଜରୁରୀ ଓ କେଉଁଠି ନୁହେଁ

ନୂଆଦିଲ୍ଲୀ, ( ଓଡ଼ିଶା ନିୟୁଜ୨୪ ବ୍ୟୁରୋ ): ଆପଣଙ୍କୁ ନିଜର ଆଧାର ନମ୍ବର କେଉଁ କାମରେ ଦେବାକୁ ପଡ଼ିବ ଏବଂ କେଉଁ କାମରେ ଦେବାକୁ ପଡ଼ିବ ନାହିଁ ସୁପ୍ରିମକୋର୍ଟ ଏହା ଉପରେ ରାୟ ଦେଇଛନ୍ତି ।

ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଆଧାର ଉପରେ ରାୟ ଦେଇ ଆଧାରକୁ ସମ୍ବିଧାନ ରୂପେ ବୈଧ ମାନିଥିଲେ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ଦେବା ଜରୁରୀ ନୁହେଁ। ଆସନ୍ତୁ ଜାଣିବା ଏବେ କେଉଁଠି ଆଧାର ଜରୁରୀ ଏବଂ କେଉଁଠି ନୁହେଁ .

ଆଧାର କାର୍ଡ କେଉଁଠି ଜରୁରୀ ଆଟେ

୧- ପାନ କାର୍ଡ କରିବା ସମୟରେ ଆଧାର କାର୍ଡ ଜରୁରୀ ଅଟେ।

୨-ଆୟକର ରିଟର୍ଣ୍ଣ ଫାଇଲ୍‌ ଦାଖଲ ବେଳେ ଆଧାର ନମ୍ବର ଜରୁରୀ ଅଟେ।

୩-ସରକାରଙ୍କ ଜନହିତକର ଯୋଜନା ଏବଂ ସବସିଡିର ଲାଭ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ରହିବ।

ଆଧାର କାର୍ଡ କେଉଁଠି ଜରୁରୀ ନୁହେଁ

୧-ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ସ୍ପଷ୍ଟ କହିଛନ୍ତି ଯେ ଆଧାର ଆଇନ୍‌ର ଧାରା ୫୭କୁ ରଦ୍ଦ କରିଦେଇଛନ୍ତି ତେଣୁ ବ୍ୟାଙ୍କର ଆକାଉଣ୍ଟ ଖୋଲିବା ସମୟରେ ମଧ୍ୟ ଜରୁରୀ ନୁହେଁ ଆଧାର ନମ୍ବର।

୨-ମୋବାଇଲ ସିମ୍ ପାଇଁ ଆଧାର ନମ୍ବର ଜରୁରୀ ନୁହେଁ।

୩-ଏହା ସହିତ ସ୍କୁଲରେ ନାମ ଲେଖା ସମୟରେ ପିଲାଙ୍କୁ ଆଧାର ନମ୍ବର ମଗାଯାଇ ପାରିବ ନାିହଁ।

୪-ସିବିଏସଇ, ନିଟ ଓ ୟୁଜିସିର ପରୀକ୍ଷା ପାଇଁ ମଧ୍ୟ ଆଧାର ଜରୁରୀ ନୁହେଁ। ଏହା ପୂର୍ବରୁ ଏହି ସବୁ ପରୀକ୍ଷାରେ ଆଧାର ନମ୍ବର ଦେବା ଜରୁରୀ ଥିଲା।

୫-ସିବିଏସଇ, ବୋର୍ଡ ପରୀକ୍ଷାରେ ସାମିଲ ହେବା ପାଇଁ ଛାତ୍ରଙ୍କୁ ଆଧାରକାର୍ଡ ମଗା ଯାଇ ପାରିବ ନାହିଁ।

୬-୧୪ ବର୍ଷରୁ କମ ପିଲାଙ୍କ ପାଖରେ ଆଧାର ନଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଜରୁରୀ ସେବାରୁ ସେମାନଙ୍କୁ ବଞ୍ଚିତ କରି ପାରିବେ ନାହିଁ।

୭-ଟେଲିକମ କମ୍ପାନୀ, ଇ କମର୍ସ ଫର୍ମ, ପ୍ରାଇଭେଟ୍ ବ୍ୟାଙ୍କ ଓ ଅନ୍ୟ ସଂସ୍ଥା ଆଧାର ଦାବି କରି ପାରିବେ ନାହିଁ।

Comments are closed.