Related Contents

ଇଣ୍ଡୋନେସିଆରେ ସୁନାମୀ, ମୃତ୍ୟୁ ସଂଖ୍ୟା ୩୮୪ରେ ପହଁଚିଲା

ଜାକର୍ତ୍ତା, ( ଓଡ଼ିଶା ନିୟୁଜ 24 ବ୍ୟୁରୋ ): ଇଣ୍ଡୋନେସିଆର ସୁଲୱାସୀ ଦ୍ୱୀପରେ ହୋଇଥିବା ଭୂକମ୍ପ ଓ ପରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ୩୮୪ରେ ପହଁଚିଯାଇଛି ।

ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ପାଲୁ ସହରର ୭୮ କିଲୋମିଟର ଦୂରରେ ଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୫ ଥିଲା । ପାଲୁ ସହର ଓ ଏହାର ଆଖପାଖ ଅଂଚଳରେ ଲଗାତର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ତେବେ ଶେଷ ଥର ଭୂକମ୍ପର ତୀବ୍ରତା ଅଧିକ ରହିଥିଲା । ପ୍ରଳୟ ଆଣିଥିବା ସୁନାମୀ ଯୋଗୁଁ ସମୁଦ୍ରରୁ ୬.୬ ଫୁଟ ଉଚ୍ଚର ଜୁଆର ମାଡ଼ି ଆସିଥିଲା । ପାଲୁ ସହର ଜଳମଗ୍ନ ରେ ପରିଣତ ହୋଇଯାଇଥିଲା । ଅନେକ ସଂଖ୍ୟାରେ କୋଠାଘର ଭାଙ୍ଗି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇଆସିଥିଲେ ।

Comments are closed.