Related Contents

ଶିଶୁ ପରିପୁରକ ଖାଦ୍ୟାଭ୍ୟାସ ସଚେତନତା ବୈଠକ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତାରେ ଶିଶୁର ପରିପୁରକ ଖାଦ୍ୟାଭ୍ୟାସ କୁ ନେଇ ଏକ ସଚେତନତା ବୈଠକ ସ୍ଥାନୀୟ ଅଶୋକ ମେହେଟା ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କର ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଯାଇଥିଲା । ଖାଦ୍ୟ ପ୍ରସ୍ତୁତି ସମୟରେ ଯଦି କୌଣସି ସମସ୍ୟା ଉପୁଜେ ତେବେ ତାହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ମହିଳା ମାନେ ଗର୍ଭବତୀ ସମୟରେ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ପୁଷ୍ଟିହୀନତା ଦୂର ହୋଇପାରିବ ବୋଲି ସିଡ଼ିଏମଓ ସୋରାଜ କୁମାର ନାୟକ କହିଥିଲେ । ଜନ୍ମରୁ ୨୪ ମାସ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ୬ମାସ ମଧ୍ୟରେ ମା କ୍ଷୀର ପରେ ଘରୋଇ ଖାଦ୍ୟ ଛତୁଆ,ବହଳିଆ ମାଣ୍ଡିଆ, ଭାତ, ଡାଲି ଚକଟା ଓ ତରକାରୀ ପ୍ରଦାନ କରାଯିବା ଉଚିତ ବୋଲି ସଚେତନତା କରାଯାଇଥିଲା ।ୟୁନିସେଫର ଡାକ୍ତର ନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମାଜ କଲ୍ୟାଣ ଅଧିକାରୀ ନିମାଇଁ ଚରଣ ସ୍ଵର୍ଣକାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଉପାଧ୍ୟାକ୍ଷ। ନିବେଦିତା ମହାନ୍ତି, ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ପୋଗ୍ରାମ ଅଫିସର ସୁଶାନ୍ତ କୁମାର ପ୍ରହରାଜ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଚୌଧରି ଶୋଭାରାଣୀ ମିଶ୍ର ,ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ , ଜିଲ୍ଲା ସମସ୍ତ ସିଡିପିଓ, ଅଙ୍ଗନବାଡ଼ି କର୍ମୀ ସହ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ।

Comments are closed.