Related Contents

ଅଙ୍ଗନବାଡି କେନ୍ଦ୍ରରେ ତାଲା – କର୍ମୀ ନିୟମିତ ଆସୁ ନ ଥିବା ଅଭିଯୋଗ

କୋଷଗୁମୁଡା (ସଂଯୁକ୍ତା ରାଉତରାୟ): ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଵାଲେଗାନ ପଂଚାୟତ ଅନ୍ତର୍ଗତ ସିନ୍ଧିଭଟା ଗ୍ରାମର ଅଙ୍ଗନବାଡି କର୍ମୀ ନିୟମିତ ଆସୁନଥିବାରୁ ଗ୍ରାମବାସୀ ମାନେ ଅତିଷ୍ଠ ହୋଇ କେନ୍ଦ୍ର ରେ ତାଲା ପକାଇଛନ୍ତି |

ସିନ୍ଧିଭଟା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆରମ୍ଭ ହୋଇ ଆଜକୁ ୨୭ବର୍ଷରୁ ଉର୍ଦ୍ଧ ହେଲାଣି | ସେହି ଦିନଠାରୁ କୋଡୀଙ୍ଗା ଗ୍ରାମର ହେମଙ୍ଗିଣୀ ବାଗ ନିଯୁକ୍ତି ପାଇ ନିଜ ଦାୟିତ୍ୱ କରି ଆସୁଛନ୍ତି | କୋଡୀଙ୍ଗା ଠାରୁ ସିନ୍ଧିଭଟା କେନ୍ଦ୍ରକୁ ଯିବାଆସିବା କରୁଛନ୍ତି | ଅଙ୍ଗନବାଡି କେନ୍ଦ୍ରରୁ ଯାହାସବୁ ସୁବିଧା ଗ୍ରାମବାସୀଙ୍କୁ ମିଳିବ କଥା ସେଥିରେ କିଛି ବ୍ୟତିକ୍ରମ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ପିଲାମାନଙ୍କୁ ପେଟପୁରା ଖାଦ୍ୟ ଦିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି | ଯେଉଁଦିନ ଯାହା ଦିଆଯିବାକଥା ତାହା ଆମେ ଦେଉଛୁ ବୋଲି ରୋଷେୟା କହିଛନ୍ତି | ଆଜିକୁ ଏତେ ବର୍ଷ ହେବ କେନ୍ଦ୍ରରେ କାମ କରି ଆସୁଛି ଅବସର ହେବ ପର୍ଯ୍ୟନ୍ତ କରୁଥିବି ବୋଲି ଅଙ୍ଗନବାଡି କର୍ମୀ ହେମଙ୍ଗିଣୀ ବାଗ କହିଛନ୍ତି | ହେମଙ୍ଗିଣୀ ବାଗ ଙ୍କୁ ଅନ୍ୟତ୍ର ବଦଳି କରାଯାଉ ଏବଂ ବଦଳରେ ନୂତନ କର୍ମୀ ଦିଆଯାଉ ବୋଲି ଗ୍ରାମବାସୀମାନେ ବ୍ଲକ ଶିଶୁ ବିକାଶ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିବାସିନୀ ବିଶ୍ୱାଳଂକୁ ଜଣାଇଛନ୍ତି | ଶ୍ରୀମତୀ ବିଶ୍ୱାଳ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା | ଯେ ପର୍ଯ୍ୟନ୍ତ ନୂତନ କର୍ମୀ ନ ଆସିଛି ସେ ପର୍ଯ୍ୟନ୍ତ କେନ୍ଦ୍ରକୁ ଖୋଲା ଜୀବନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି |

Comments are closed.