ଅଙ୍ଗନବାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା ସରପଞ୍ଚଙ୍କ ଗିରଫ ଦାବି କଲା ବିଜେଡି ମହିଳା ମୋର୍ଚ୍ଚା

ଯାଜପୁର (ସତ୍ୟଜିତ ବାରିକ): ବରୀ ବ୍ଳକର ବିଜେଡ଼ି ମହିଳା ମୋର୍ଚ୍ଚା ସରପଞ୍ଚଙ୍କ ଗିରଫ ଦାବି କରିଛି |

ଆଜି ସକାଳେ ବରୀପାଳ ସଂଗ୍ରାମୀ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ମୋର୍ଚା ତରଫରୁ ସରପଞ୍ଚଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି | ଯଦି ଆଗାମୀ ଦିନରେ ବିଂଝାରପୁର ପୋଲିସ ଉକ୍ତ ସରପଞ୍ଚଙ୍କୁ ଗିରଫ ନ କରନ୍ତି ତାହାଲେ ଆଗାମୀ ଦିନରେ ବିଜେଡି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓଲ୍ହାଇବା ସହ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ବୋଲି ବିଜେଡ଼ି ମହିଳା ମୋର୍ଚା ସଭାନେତ୍ରୀ ପୂର୍ବତନ ବ୍ଲକ ଅଧକ୍ଷା ଶ୍ରୀମତୀ ଭାରତୀ ବେହେରା କହିଛନ୍ତି | ସୂଚନା ଅନୁସାରେ ଯାଜପୁର ବରୀ ବ୍ଲକ ଭଅଁରା ପଞ୍ଚାୟତ ଭୁରୁଙ୍ଗା -୧ନମ୍ବର ଅଙ୍ଗନବାଡ଼ି କାର୍ଯ୍ୟରତ କର୍ମୀଙ୍କୁ ଭଅଁରା ସରପଞ୍ଚ ଦୁର୍ବ୍ୟବହାର କରିଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ପୋଲିସ ଏକ ମାମଲା ରୁଜୁ କରିଛି । ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଭୁରୁଙ୍ଗା -୧ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନଥିବାରୁ କର୍ମୀ ସୁଧାମଣୀ ଷଡଙ୍ଗୀ ନିଜ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇ ଆସୁଥିଲେ | ଗତ ମଙ୍ଗଳବାର ଦିନ ପୂର୍ବାହ୍ନରେ ବରୀ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଜ୍ଞାନେନ୍ଦ୍ର ଲେଙ୍କା ଓ ଅଙ୍ଗନବାଡ଼ି ସୁପରଭାଇଜର ମଲିକା ପରିଡା ଏହି କେନ୍ଦ୍ରକୁ ଯାଞ୍ଚ ପାଇଁ ଯାଇଥିଲେ | ଯାଞ୍ଚ ସମୟରେ ଭଅଁରା ସରପଞ୍ଚ ସୁଶାନ୍ତ ଜେନା ଉକ୍ତ କର୍ମୀଙ୍କ ଘରକୁ ଯାଇ ଅଶ୍ରିଳ ଭାଷାରେ ଗାଳି ଗୁଳଜ କରିଥିଲେ |

ଏ ଘଟଣାକୁ ନେଇ ଅଙ୍ଗନବାଡ଼ି କର୍ମୀ ଜଣଙ୍କ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ କେସ ନଂ୨୩୨/୧୮ ଦଫା ୨୯୪.୩୪୧,୫୦୬ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ସରପଞ୍ଚ ସୁଶାନ୍ତ ଜେନା ଥାନାରେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି, ହେଲେ ସୁଶାନ୍ତଙ୍କ ଅଭିଯୋଗରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ପକ୍ଷରୁ ଜଣାପଡିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ସୂଚନା ଦେଇଛନ୍ତି ।

Comments are closed.