ତୃତୀୟ ଓ ପଞ୍ଚମ ଶ୍ରେଣୀ ର ବୃତ୍ତି ପରୀକ୍ଷା ଅନୁଷ୍ଠିତ

0
236

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୯/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ର ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ର ବୃତ୍ତି ପରୀକ୍ଷା ରେ ମୋଟ ୩୦୦ ଜଣ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ସ୍ଥାନୀୟ ହରିଜନ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟ ରୁ ମୋଟ ୧୪୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ଥିବା ବେଳେ ୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩୮ ଜଣ ଛାତ୍ରଛାତ୍ରୀ କୌଣସି କାରଣରୁ ପରୀକ୍ଷା ଦେଇନାହାନ୍ତି ।

ଏହି କେନ୍ଦ୍ର କୁ ଗଦାଧର ମିଶ୍ର ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ଭାବେ ନନ୍ଦକିଶୋର ସାବତ ରହିଥିଲେ ପରୀକ୍ଷା କେନ୍ଦ୍ରକୁ ପରିଚାଳନା କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ବିଜୟକୁମାର ସେଠି, କ୍ଲଷ୍ଟର ସ୍ତରୀୟ ଶିକ୍ଷାଅଧିକାରୀ ସୁଶୀଲ କୁମାର ମହାପାତ୍ର ରହିଥିଲେ । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ର ବୃତ୍ତି ପରୀକ୍ଷା ଅନୁଷ୍ଠିତ କରାଯାଇଛି ।

ଏଥିରେ ୧୬୬ ଜଣ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବଳକା ୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନ ଥିବା ଜଣାପଡିଛି । ଏଥିରେ ପରୀକ୍ଷା ପରିଚାଳକ ଭାବେ କୁଞ୍ଜବିହାରି ସାହୁ, ସହକାରୀ ପରିଚାଳକ ଭାବେ ସୋରାଜ କାନ୍ତ ବେଉରା ରହିଥିଲେ ।