ଚାଲାଣ ବେଳେ ଚାରି କୁଇଣ୍ଟାଲ ଅଣଷଠି କିଲୋ ରୁ ଊର୍ଧ୍ୱ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

0
145

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୮/୧୨) : ବାଲିଗୁଡା ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ପେଟ୍ରୋଲିଙ୍ଗ ସମୟରେ ଚାଲାଣ ବେଳେ ଚାରି କୁଇଣ୍ଟାଲ ଅଣଷଠି କିଲୋ ଛଅ ଶହ ପଚାଶ ଗ୍ରାମ ଚୋରା ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରିଛି ପୋଲିସ |

ଅନ୍ୟ ତିନି ଅଭିଯୁକ୍ତ ଘଟଣା ସ୍ଥଳ ରୁ ଫେରାର ହୋଇଛନ୍ତି | ବାଲିଗୁଡା ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ ରାସ୍ତା ରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ବେଆଇନ ଭାବେ ସଲାଗୁଡ଼ା ଅଞ୍ଚଳ ରୁ ଫୁଲବାଣୀ କୁ ପଠାଇବା ପାଇଁ ଯୋଜନା ଚାଲିଥିବା ସମୟ ରେ ଏକ ଅଞ୍ଚଳ କୁ ଖାନତଲାସ କରି ବିପୁଳ ପରିମାଣ ର ସେଠାରୁ ବେଆଇନ ଗଞ୍ଜେଇ ମିଳିଥିଲା | ବାଲିଗୁଡା ରୁ ବାହାର ଜିଲ୍ଲା କୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ଚାରି କୁଇଣ୍ଟାଲ ଅଣଷଠି କିଲୋ ଛଅ ଶହ ପଚାଶ ଗ୍ରାମ ଜବତ କରିଛି ପୋଲିସ |

ଏଥି ସହିତ ଜଣେ ବ୍ୟକ୍ତି କୁ ଗିରଫ ହେଲେ ବାଲିଗୁଡା ଥାନା ଅଞ୍ଚଳ ସଲାଗୁଡ଼ା ର ମନୋଜ କହଁର ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି | ବାଲିଗୁଡା ଥାନା କେସ ୨୬୦/୨୧ ରେ ମାମଲା ରୁଜୁ କରାଯିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଘଟଣା ସ୍ଥଳ ରୁ ତିନି ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି |