ଟାଟା ପାୱାର ଦକ୍ଷିଣ ଓଡ଼ିଶା ତରଫରୁ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

0
160

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୧୨) : ଆଜି କାଶୀନଗର ସବ ଡିଭିଜନ ଠାରେ ଟାଟା ପାୱାର ଦକ୍ଷିଣ ଓଡ଼ିଶା ଓ ପରିବର୍ତ୍ତନ କଂଶଲ୍ଟେନ୍ସି ର ମିଳିତ ଉଦ୍ୟମ ରେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ଓ ଗୁମ୍ମା ସେକ୍ସନ ର ୫୮ ଜଣ କର୍ମଚାରୀ ଏହି ଶିବିର ରେ ଯୋଗ ଦେଇଥିଲେ । ଟାଟା ପାୱାର ଦକ୍ଷିଣ ଓଡ଼ିଶା ଓ ପରିବର୍ତ୍ତନ କଂଶଲ୍ଟେନ୍ସି ର ମିଳିତ ଉଦ୍ୟମ ରେ ଏହି ଦକ୍ଷତା ବୃଦ୍ଧି କର୍ମଶାଳା ଶିବିର ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣା ଓ ପରିବେଶ ରେ ବିଦ୍ୟୁତ୍ କର୍ମଚାରୀ ମାନେ ଯେଭଳି କାର୍ଯ୍ୟ କରିବେ ସେ ନେଇ ଟ୍ରେନର ଭାବେ ଇଞ୍ଜିନିଅର ଶ୍ରୀ ପରେଶ୍ ପ୍ରସାଦ ମହାପାତ୍ର, ଦିଲୀପ ପଟ୍ଟନାୟକ, ମାନସ ରଞ୍ଜନ, ଜଗନ୍ନାଥ ମହନ୍ତ ଯୋଗ ଦେଇ ଉପସ୍ଥିତ କାଶୀନଗର ଓ ଗୁମ୍ମା ସେକ୍ସନ ର କର୍ମଚାରୀ ଙ୍କୁ ତାଲିମ ଦେଇଥିବା ଜଣା ଯାଇଛି ।