Related Contents

କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଲ ଦାହ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ ସତୀଶ): ନବରଙ୍ଗପୁର ଜିଲ୍ଲା ଲୋକସଭା ଯୁବ କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

କେନ୍ଦ୍ର ସରକାର ଶତାଦ୍ଦୀର ମହାଦୁର୍ନୀତି ରାଫେଲ ବିରୋଧରେ କଂଗ୍ରେସ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରିବା ସହ ତେଲ ଓ ଗ୍ୟାସ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମୁନା ତ୍ରିପାଠୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଟାଇନ ସଭାପତି ଉତ୍ତମ ତ୍ରିପାଠୀ, ଇମ୍ରାନ ସାରିଫ, ଦିଲୀପ ବେହେରା, ପରି ପାତ୍ର, କାଳୀ ଚରଣ ପାତ୍ର, ଚନ୍ଦ୍ର ମଲ୍ଲିକ, ବାସୁ ପଟନାୟକ ପ୍ରମୁଖ ସହ ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ ।

Comments are closed.