ସ୍ବର୍ଗତ ଜଗବନ୍ଧୁ ଙ୍କ ୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ରାଇଘର (ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ପୂର୍ବତନ ବିଧାୟକ ତଥା ଦଳିତ ନେତାଙ୍କ ୮ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି |

ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା , ଆଦିବାସୀ ହରିଜନ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମଝି, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, କାଜୁ ନିଗମ ଅଧ୍ୟକ୍ଷା ମୁନ୍ନା ଖାନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ମୋତିରାମ ନାୟକ , ଉପାଧ୍ୟକ୍ଷ ମଞ୍ଜୁଳା ମଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଉପାଧ୍ୟାକ୍ଷା ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଉପରକୋଟ ବିଧାୟକ ସୁବାସ ଗଣ୍ଡ, ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ ପଢି, ପ୍ରଣବ ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ | ସାଂସଦ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣ ରେ ସ୍ବର୍ଗତ ଜଗବନ୍ଧୁ ମାଝୀ ଏହି ଅଂଚଳର ଦଳିତ ମାନଙ୍କ ପାଇଁ ସଂଗ୍ରାମ କରି ସେମାନଙ୍କ ଅଧିକାର ପହଂଚାଇଥିଲେ | ଏହି ସଂଗ୍ରାମ ପାଇଁ ସେ ବହୁବାର ବିରୋଧୀ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ତଥାପି ଏହି ଆକ୍ରମଙ୍କୁ ଭୃକ୍ଷେପ ନ କରି ଲୋକଙ୍କ ପାଇଁ ସଂଗ୍ରାମ ଜାରିରଖିଥିଲେ | ଏବଂ ତାଙ୍କ ଜୀବନୀକୁ ଅନୁସରଣ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ |

ପର୍ଯ୍ୟବେକ୍ଷକ ଶ୍ରୀ ବର୍ମା ନିଜ ଅଭିଭାଷଣରେ ଜଗବନ୍ଧୁଙ୍କ ଜୀବନୀର ସ୍ମୃତିଚାରଣ କରିବା ସହ ବହୁବାର ବିରୋଧୀଙ୍କ ଆକ୍ରମଣର ଶିକାର ହେବ ସହ ଦୁଇ ଥର ବନ୍ଧୁକ ଗୁଳିର ମଧ୍ୟ ଶିକାର ହୋଇ ଗୁଳିମାଡରେ ଜୀବନ ବଂଚିଯାଇଥିଲେ ମଧ୍ୟ ନିଜ ଶରୀରର ଦୁଇଗୋଡ଼ ଅଚଳ ଗୁଳିର ଶିକାରରେ ହାଟପଦାରେ ପଟ୍ଟା ବାଣ୍ଟିବା ସମୟରେ ଆତତାୟୀ ଗୁଳିରେ ପ୍ରାଣ ହରାଇଥିବା କହିଥିଲେ | ତାଙ୍କ ଜୀବନୀକୁ ଅନ୍ୟମାନେ ଅନୁସରଣ କରି ଏହି ଅଂଚଳରେ ଦୁର୍ନୀତି ବିରୋଧରେ ପ୍ରତ୍ୟେକଙ୍କୁ ସଂଗ୍ରାମ ଜାରିରଖିବାକୁ ପଡିବ ବୋଲି କହିଥିଲେ | ଜଗବନ୍ଧୁ ଥିଲେ ଗରିବ, ଦଳିତ ଙ୍କ ସାଥି ସେଥିପାଇଁ ତାଙ୍କୁକ ନିଜ ଜୀବନ ଦେବାକୁ ପଡିଥିବା ମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ |

ଏଥିରେ ରାଇଘର ଅଂଚଳର ରାମନାଥ କେଉଟ, ଚିତ୍ତରଞ୍ଜନ ଗଣ୍ଡ,ରାଇସିଂହ ଗଣ୍ଡ,ରଘୁ ଗଣ୍ଡ,ମୁନା ପାତ୍ର, ଅଭିମନ୍ୟୁ ଡାକୁଆ, ରାମଦାସ ଗଣ୍ଡ, ପରମେଶ୍ୱର ଶ୍ରୀବାସ୍ତବ, ଦୀପକ ବରେଇ,ତପନ ପାଇକ , ସ୍ୟାମଲଲ ମଳିକ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରକାଶ ଥାଉକି ମନ୍ତ୍ରୀ ଶ୍ରୀ ମାଝୀ , ପର୍ଯ୍ୟବେକ୍ଷକ ଶ୍ରୀ ପଟ୍ଟନାୟକ, ପର୍ଯ୍ୟବେକ୍ଷକ ଶ୍ରୀ ବର୍ମା, ହେଲିକେପ୍ଟର ରେ ଆସି ରାଇଘର ଷ୍ଟାଡ଼ିଉଁ ଠାରେ ଅବତରଣ କରି ହାଟପଦାଠାରେ ସ୍ବର୍ଗତ ଜଗବନ୍ଧୁ ମାଝୀ ଙ୍କ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ଆୟୋଜିତ ସଭାକୁ ଆସିଥିଲେ |

Comments are closed.