ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲକୁ ନେଇ OSEFD ସଂଘ ର ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର

0
164

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୭/୧୨) : ବୌଦ୍ଧ ଜିଲ୍ଲା ର ଆସାଇ ସ୍ୱତନ୍ତ୍ର ଶିକ୍ଷକ କର୍ମକର୍ତ୍ତା ମାନଙ୍କ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲକୁ ନେଇ ମୁଖ୍ୟ ଶାସନ ସଚିବ ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଭିନ୍ନକ୍ଷମ ମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବେ ତାହା ସଂଘ ର ମୂଳ ଉଦ୍ଦେଶ୍ୟ । ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାର ଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲକୁ ନେଇ ସେଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି । କିନ୍ତୁ ଦୁଃଖ ର ବିଷୟ ଯେ ସେ ସବୁ ଯୋଜନା ଯୋଜନା ରେ ରହି ଯାଉଛି ।

ଯେମିତି କି ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD act ୨୦୧୬ ଉଲ୍ଲେଖ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ । ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ସଧାରଣ ବିଦ୍ୟାଳୟ ରେ ସାଧାରଣ ପିଲାଙ୍କ ସହ ଗୋଟିଏ ଛାତ ତଳେ ଏକାଠି ପଢ଼ି ପାରିବେ । ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ମଧ୍ୟ ସାଧାରଣ ବିଦ୍ୟାଳୟ ରେ ନିଜ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସେମାନଙ୍କ ପାଇଁ ତାଲିମ ନେଇଥିବା ସ୍ଵତନ୍ତ୍ର ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ (୬) ଛଅ ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ କୁ ୨୮ ଅକ୍ଟୋବର ମାସ ରେ ଏକ ପିଟିସନ ର ରାୟରେ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଓଡିଶା ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି ।

ଆଗାମୀ ଦିନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କରେ ଯଦି କୌଣସି ପଦକ୍ଷେପ ସରକାର ଗ୍ରହଣ କରିବେ ନାହିଁ ତେବେ ସାରା ରାଜ୍ୟରେ ସ୍ଵତନ୍ତ୍ର ଶିକ୍ଷକ ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ମିଶି ନ୍ୟାୟାଳୟ ର ଦ୍ଵାରସ୍ତ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।