Related Contents

ବିଶ୍ୱ ପାର୍ଲିଆମେଣ୍ଟରିଆନ ରେ ଯୋଗଦେବେ କନ୍ଧମାଳ ସାଂସଦ

ବାଲିଗୁଡା (ବିଭୁତି ଲହରିଆ): କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଆସନ୍ତା ଅକ୍ଟୋବର ମାସ ୧୪ରୁ ସୁଇଜରଲାଣ୍ଡ ର ଜେନେଭା ଠାରେ ବିଶ୍ୱ ପାର୍ଲିଆମେଣ୍ଟାରିଆନ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ରେ ଯୋଗଦେବେ |

ଏଥିରେ ଅଂଶଗ୍ରହଣ କରିବାକୁ ଲୋକସଭା ବାଚସ୍ପତି ଉଭୟ ଲୋକସଭା ଓ ରାଜ୍ୟସଭା ରୁ ୧୦ଜଣ ସାଂସଦ ଙ୍କୁ ମନୋନୀତ କରିଛନ୍ତି | ସେଥରୁ ଏକମାତ୍ର ମହିଳା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମନୋନୀତ ହୋଇଛନ୍ତି | ବିଜେଡି ର କନ୍ଧମାଳ ସାଂସଦ ଶ୍ରୀମତୀ ସିଂ ବିଭିନ୍ନ ସମୟରେ ଲୋକସଭାରେ ଅନେକ ପ୍ରଶ୍ନ ଓଡିଶା ପାଇଁ ଉଠେଇଛନ୍ତି, ସେଥିପାଇଁ ତାଙ୍କୁ ବାଚସ୍ପତି ମନୋନୀତ କରିଥିବା କୁହାଯାଉଛି | ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ମନୋନୀତ ହୋଇଥିବାରୁ ବାଚସ୍ପତିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି | କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉକ୍ତ ସମ୍ମିଳନୀ ରେ ଉପସ୍ଥାପନ କରିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି | ଏବଂ କନ୍ଧମାଳ ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ରହିଲେ ଭବିଷ୍ୟତରେ ବିକାଶ ମୂଳକ କାର୍ଯ୍ୟ ରେ ସାମିଲ ହୋଇ କନ୍ଧମାଳ ର ଉନ୍ନତି କରିବି ବୋଲି ସାଂସଦ ପ୍ରତ୍ୟୁଷା ସିଂ କହିଛନ୍ତି |

Comments are closed.