ଜଗତି ନାଳରେ ଭାସି ଯାଇଥିବା ନିଖୋଜ ବାଳକର ମୃତଦେହ ଉଦ୍ଧାର

0
168

ରିପୋର୍ଟ : ରାକେଶ ମହାରଣା //
କୋଦଳା, (୦୬/୧୨) : ବାତ୍ୟା ଜ୍ଵବାଦ ର ପରବର୍ତ୍ତୀ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ପବନ ର କୌଣସି ପ୍ରଭାବ ପଡି ନ ଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଜଳ ରାସ୍ତା ଉପରେ ପ୍ରଭାବିତ ହେବା ଫଳରେ ରାଣୀପଡ଼ା ଜଗତି ନାଳରେ ଜଣେ ଯୁବକ ଭାସି ଯାଇ ନିଖୋଜ ହୋଇଥିଲେ ।rk1 ଜଗତି ନାଳରେ ଭାସି ଯାଇଥିବା ନିଖୋଜ ବାଳକର ମୃତଦେହ ଉଦ୍ଧାର

ନିଖୋଜ ଜଣକ ରାଣୀପଡ଼ା ହରିଜନ ସାହି ର ଟୁଟୁ ନାହାକ ଙ୍କ ପୁଅ ୧୫ ବର୍ଷୀୟ ଆକାଶ ନାହାକ ହୋଇଥିବା ସୂଚନା ମିଳିଛି | ପାଞ୍ଚ ଜଣ ସାଙ୍ଗ ସହ ଗାଧୋଇବା ବେଳେ ଜଗତି ନାଳରେ ଭାସି ଯାଇଥିବା ସୂଚନା ଥିବା ବେଳେ ଦମକଳ ବାହିନୀ ଗତକାଲି ଖୋଜାଖୋଜି ଜାରି ରଖି ନିରାଶ ହୋଇ ଫେରିଥିବା ବେଳେ ଆଜି ପ୍ରାତଃ ସକାଳୁ ଆନିଗେଟ ନିକଟରେ ପୁଅଟି ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।