ପୁରୀ ଅଜମେର ଟ୍ରେନ ରେ ନିଆଁ,ଏକ ଘଣ୍ଟା ଧରି ଅଟକିଲା ଟ୍ରେନ

0
335

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୦୭/୧୨) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଜଙ୍କସନରେ ପୁରୀ ଅଜମେର ଟ୍ରେନ ରେ ଆଜି ସକାଳୁ ହଠାତ୍ ନିଆଁ ବାହାରିଥିଲା ।

ଫଳରେ ପୁରୀ ଅଜମେର ଟ୍ରେନ ଟି ଘଣ୍ଟାଏ କାଳ ଟିଟିଲାଗଡ଼ ଜଙ୍କସନରେ ଅଟକି ରହିଥିଲା । ବଗି ନମ୍ବର ଏସ୍ ୭ ରେ ବ୍ରେକ ଜୋରରେ ଘସି ହେବା ଯୋଗୁଁ ଏହି ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ସିଏନଡବ୍ଲୁ ବିଭାଗ ପହଁଞ୍ଚି ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇଥିଲେ ।