ନୂଆଖାଇ ଭେଟଘାଟ, କୁଲତା ସମାଜ, ବଲାଙ୍ଗୀର ୨୦୧୮

ବଲାଙ୍ଗୀର ( ଓଡିଶା ନ୍ୟୁଜ୨୪): ଆଜି ରବିବାର ଦିନ କୁଲତା ସମାଜ, ବଲାଙ୍ଗିରର ନୂଆଖାଇ ଭେଟଘାଟ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇଥିଲା |

ସର୍ବ ପ୍ରଥମେ ସମାଜର ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ସମାଜର ଉପସଭାପତି ଶ୍ରୀ ସୁରଥ ପଧାନଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା | ସମ୍ପାଦକ ଶ୍ରୀ ବୁଡ଼ୁପଧାନ ସ୍ୱାଗତ ଭାଷଣ ଦେବା ସହ ନୂଆଖାଇ ଭେଟଘାଟର ଉଦ୍ଦେଶ୍ୟ ଓ ସମାଜର ଆଭିମୁଖ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ | ସମାଜ ସଭାପତି ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ କୁଲତା ସମାଜ, ବଲାଙ୍ଗିରର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ଜାତିର ଉନ୍ନତି ତଥା ମଙ୍ଗଳ କାମନା କରିଥିଲେ | ଆଗାମୀ ଦିନରେ ବଲାଙ୍ଗୀର କୁଲତା ଜାତିପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିବା ସହ ଜାତି ଉଦ୍ଦେଶ୍ୟରେ ମହତ କାମକରିବାକୁ ସମସ୍ତ ଜାତିଭାଇମାନଙ୍କୁ ଉଦବୋଧନ ଦେଇଥିଲେ |

ସଭାପତି ଶ୍ରୀ ମାଝୀ କୁଲତା ସମାଜ, ବଲାଙ୍ଗିରର ବିକାଶ ପାଇଁ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ | ଚଳିତ ବର୍ଷ ବାର୍ଷିକ ମେଟ୍ରିକ ପରୀକ୍ଷା, +୨ ପରୀକ୍ଷାରେ ୮୦% ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | କୁଲତା ସମାଜ ବଲାଙ୍ଗୀରର ଉପସଭାପତି ଶ୍ରୀ ସୁରଥ ପଧାନ, ପୂର୍ବତନ ସମ୍ପାଦକ ଶ୍ରୀ ଶାନ୍ତନୁ ଭୋଇ ଜାତିର ବିକାଶ ଉପରେ ବକ୍ତବ୍ୟ ରଖିଥିଲେ | ଶେଷରେ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ରୁଦ୍ରଦେବ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ |

ଏହି କୁଲତା ସମାଜ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଉପସଭାପତି ସତ୍ୟବ୍ରତ ଗଡ଼ତିଆ, କୋଷାଧ୍ୟକ୍ଷ ବୃଷଭ ସା, ଯୁଗ୍ମ ସମ୍ପାଦକ ସୁଧୀର ଭୋଇ, କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟ ଭୋଇ, ପିଙ୍କୁ ବାରିକ, ରୀଙ୍କୁ ଭୋଇ, ଦେବେନ୍ଦ୍ର ଗଡ଼ତିଆଙ୍କ ସହ ବରେନ୍ୟ ସଭ୍ୟ ଶ୍ରୀ କୁଳମଣି ବିଶ୍ୱାଳ, ସଞ୍ଜୟ ଭୋଇ, ଗୋବର୍ଧନ ପଧାନ ସହ ସମସ୍ତ ଉପଦେଷ୍ଟା ଓ କାର୍ଯ୍ୟକାରୀ ସଦସ୍ୟ ସହ ସମସ୍ତ କୁଲତା ଜାତିର ସହସ୍ରାଧିକ ସଦସ୍ୟ ବୃନ୍ଦ ଅଂଶଗ୍ରହଣ କରିଥିଲେ |

Comments are closed.