Advertisements
Saturday, July 4, 2020
Home headline ନବୀନ ସରକାର ମହିଳା ବିରୋଧୀ,ରାଜ୍ୟରେ ଶିଶୁ ବି ଅସୁରକ୍ଷିତ - ରାହତକର୍

ନବୀନ ସରକାର ମହିଳା ବିରୋଧୀ,ରାଜ୍ୟରେ ଶିଶୁ ବି ଅସୁରକ୍ଷିତ – ରାହତକର୍

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ୨୪): ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର୍ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି ଏହା କହିଛନ୍ତି “ନବୀନ ସରକାର ମହିଳା ବିରୋଧୀ। ପ୍ରତିଦିନ ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଘଟଣା। ଏପରିକି ରାଜ୍ୟରେ ଶିଶୁ ବି ଅସୁରକ୍ଷିତ।”

ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରକୁ ନେଇ ଲୋକଙ୍କୁ ବିଜେପି ସଚେତନ କରିବ ବୋଲି ସେ କହିଛନ୍ତି। ଏହାସହ ଆସନ୍ତାକାଲି ହେବାକୁ ଥିବା ମହିଳା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ବ୍ୟତୀତ ରାଜ୍ୟରେ ବିଜେପିର ସଂଗଠନକୁ ଆହୁରି ମଜଭୁତ୍ କରାଯିବା ନେଇ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତି ବୁଥ୍‌ରେ ବିଜେପିର ମହିଳା କର୍ମୀ କାମ କରିବେ। ଅତି କମ୍‌ରେ ପ୍ରତି ବୁଥ୍‌ରେ ୫ ଜଣ ମହିଳା କର୍ମୀ କାମ କରିବେ ବୋଲି ସୂଚନା ଦେଇଛନ୍ତି ରାହତକର। ଅନ୍ୟପକ୍ଷରେ ବିଜେପି ଉପରେ ପାଲଟା ଆରୋପ ଲଗାଇଛନ୍ତି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ଦୁଷ୍କର୍ମ ବଢ଼ିଛି। ପ୍ରଥମେ ସେହି ଅଞ୍ଚଳର ପରିସ୍ଥିତି ସମ୍ଭାଳନ୍ତୁ ବୋଲି କହିଛନ୍ତି ପ୍ରମିଳା |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: