Thursday, March 28, 2024

Top 5 This Week

Related Posts

ରେଞ୍ଜର ଙ୍କ ଦ୍ଵାରା ତଦନ୍ତ ସରିଲା ! ମିଥ୍ୟା ଅଭିଯୋଗ ବୋଲି କହିଲେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୭/୧୨) : ବନ ବିଭାଗ ଉପରେ ଜଣେ ଚାଷୀ ବିଭିନ୍ନ ପ୍ରକାର ଅଭିଯୋଗ କରି ଫରେଷ୍ଟର ଙ୍କ ଉପରେ ଦୋଷ ଲଦି ଗତକାଲି ହଙ୍ଗାମା କରିଥିଲେ । ଉକ୍ତ ଘଟଣା ର ତଦନ୍ତ ରେଞ୍ଜର ଙ୍କ ଦ୍ଵାରା ଶେଷ ହୋଇଛି ।WhatsApp Image 2021 12 07 at 9.20.59 AM ରେଞ୍ଜର ଙ୍କ ଦ୍ଵାରା ତଦନ୍ତ ସରିଲା ! ମିଥ୍ୟା ଅଭିଯୋଗ ବୋଲି କହିଲେ

ପ୍ରାପ୍ତ ସୂଚନା ଅନୁଯାୟୀ ଖୁରିଗାମ ଗ୍ରାମ ର ଜନୈକ ବ୍ୟକ୍ତି ପି. ନାରାୟଣ ରାଓ ନିଜ ପଦର ରେ ୭୨ ଖଣ୍ଡ କାଠ ରଖିଥିଲେ ବୋଲି କହି ଆସିଛନ୍ତି । ଯାହାକି ବନ ବିଭାଗ ର ଅଗୋଚର ରେ ଥିଲା । ବନ ବିଭାଗ ଏହା ଜାଣି ଦୁଇଟି ପୃଥକ୍ କେଶ୍ କରାଯାଇଥିବା ରେଞ୍ଜର କବିନ୍ ପରିଛା ତଦନ୍ତ କରି କହିଛନ୍ତି କି ଦୁଇଟି କେଶ୍ ରେ ୨୯ ଖଣ୍ଡ ଗୋଟେ ଓ ୩୪ ଖଣ୍ଡ ଆଉ ଗୋଟେ । ରେଞ୍ଜର ଙ୍କ ଦ୍ଵାରା ତଦନ୍ତ ସରିଲା ।

ତେବେ ଖୁରିଗାମ୍ ଗ୍ରାମ ର କାଠ ମିସ୍ତ୍ରୀ କୁ ଫରେଷ୍ଟର ଦେଇଥିବା କାଠ ସମ୍ପର୍କରେ ପ୍ରଶ୍ନ କରିବାରୁ ଶ୍ରୀ ପରିଛା କହିଛନ୍ତି କି, ତାକୁ ଫୋନ କରାଗଲା ତାର ସ୍ଵିଚ ଅଫ ଅଛି,ଏଣୁ ଖୁରିଗାମ୍ ଯାଇ ସେ କାଠ କୁ ଦେଖାଗଲା କିନ୍ତୁ ତାହା ଏହି କାଠ ସହ ମିଶୁନାହିଁ । ଏଣୁ ଉକ୍ତ ଚାଷୀ ର କାଠ ଫରେଷ୍ଟ ବିଭାଗ ଜବତ କରିଦେବାରୁ ସେ ମିଥ୍ୟା ଓ କପାଳକଳ୍ପିତ ଦୃଶ୍ୟ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ପରିଛା ଗଣ ମାଧ୍ୟମ କୁ କହିଛନ୍ତି । ତଥାପି ଫରେଷ୍ଟର ଙ୍କ ନାମ ରେ ଅନେକ ଅଭିଯୋଗ ଅଛି କି, ସେ କାଠ ମାଫିଆ ଙ୍କ ସହ ମଧୁ ଚନ୍ଦ୍ରିକା ରହିଛି । ଏଣୁ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀ ଦାବୀ କରିଛନ୍ତି ।

Popular Articles