
ଛୁରୀ ଆଘାତରେ ମହିଳା ଗୁରୁତର, ପାଟଣାଗଡ଼

ପାଟଣାଗଡ଼ (ସୁନୀଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକର ତେଣ୍ଡା ପଦର ଗ୍ରାମର ନିତ୍ୟା ମହାଲିଙ୍ଗଙ୍କ ଝିଅ ଲକ୍ଷ୍ମୀ ମହାଲିଙ୍ଗ (18) ତାଙ୍କ ସାଙ୍ଗ ମାନଙ୍କ ସହ ବିଲରୁ ଚାଷ କାମ ସାରି ଫେରୁଥିବା ବେଳେ ବାଗମୁଣ୍ଡ ଗାଁର ବୃନ୍ଦାବନ ବରିହା (30) ଲକ୍ଷ୍ମୀଙ୍କ ଉପରକୁ ପାଞ୍ଚ ଛଅ ଥର ଛୁରୀରେ ଆଘାତ କରିଥିଲେ |
ପରିବାର ଲୋକେ ଖବର ପାଇ ତାଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ | ହେଲେ ଡ଼ାକ୍ତର ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ପଠେଇଦେଇଥିଲେ | କିନ୍ତୁ ଘଟଣା ସ୍ଥଳରୁ ଦୁର୍ବୁତ୍ତ ବରିହା ଫେରାର ହୋଇଯାଇଥିଲା |