Related Contents

ନୋମିନି ନାମ ପରିବର୍ତ୍ତନ ହେଇଥିବାରୁ ଏଲଆଇସି ଟଙ୍କା ମିଳୁନି

କୋଲନରା(ଗୋପୀନାଥ କୋଂଡଗିରି): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବେଠିଆପଡା ଗ୍ରାମର ଭାନୁପ୍ରିୟା ସାହୁ ୨ଟି ନାମ ଲାଗି ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କର ଏଲଆଇସି ଟଙ୍କା ପାଇପାରୁନାହାନ୍ତି |

ଭାନୁପ୍ରିୟା ସାହୁଙ୍କ ସ୍ୱାମୀଙ୍କ ନାମ ସ୍ବର୍ଗତ ଡମ୍ବରୁଧର ସାହୁ, ଗ୍ରା/ପୋ – ବେଠିଆପଡା, ଭାୟା-ବିଷମ କଟକ, ଜିଲ୍ଲା – ରାୟଗଡା ଦେହାନ୍ତ ହୋଇଥିଲା ଗତ ତା ୧୧.୦୮.୨୦୧୮ ରେ | ଉକ୍ତ ଡମ୍ବରୁଧର ସାହୁଙ୍କ ସ୍ତ୍ରୀ ନାମ ଭାନୁପ୍ରିୟା ସାହୁ, ଡାକ ନାମ ପ୍ରୀତି ସାହୁ | ଭାନୁପ୍ରିୟା ସାହୁଙ୍କ ସ୍ୱାମୀ ଏଲଆଇସି କାଗଜ ପାତ୍ରରେ ନୋମିନି ଭାବରେ ଟଙ୍କା ସ୍ତ୍ରୀଙ୍କ ନାମ ଭାନୁପ୍ରିୟା ସାହୁ ବଦଳରେ ଟଙ୍କା ଡାକ ନାମ ପ୍ରୀତି ସାହୁ ଲେଖାଇଛନ୍ତି | ସରକାରୀ କାଗଜ ପାତ୍ର, ଆବଶ୍ୟକୀୟ ତଥ୍ୟ ପ୍ରମାଣ ପାତ୍ର ସବୁ ଭାନୁପ୍ରିୟା ସାହୁ ନାମରେ ଅଛି | ଏ ସବୁ କାରଣରୁ ଭାନୁପ୍ରିୟା ସାହୁଙ୍କୁ ତାଙ୍କର ସ୍ୱାମୀଙ୍କ ଏଲଆଇସି ଟଙ୍କା ମିଳିପାରୁନାହିଁ | ଯାହା ଫଳରେ ସ୍ୱାମୀଙ୍କ ଦେହାନ୍ତ ପରେ ପିଲା ଛୁଆଙ୍କ ସହିତ ବହୁତ କଷ୍ଟରେ ଦିନ କାଟୁଛନ୍ତି | ଏଣୁ ସେ ଏଲଆଇସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କର ପ୍ରାପ୍ୟ ଶୀଘ୍ର ଦେବାପାଇଁ |

Comments are closed.