Related Contents

ହଷ୍ଟେଲ ଅନ୍ତେବାସିନୀ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ୬୦ବର୍ଷୀୟ ବ୍ୟକ୍ତି ଗିରଫ

ବରଗଡ଼ (ଚିତ୍ତ ରଞ୍ଜନ ସାହୁ): ମହିଳା ହଷ୍ଟେଲ ମାଲିକଙ୍କ ନାବାଳିକାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଗିରଫ ହେଲେ ୬୦ ବର୍ଷୀୟ ହଷ୍ଟେଲ ମାଲିକ । ୧୭ ବର୍ଷର ନାବାଳିକାଙ୍କୁ ୬୦ ବର୍ଷର ଜଣେ ବ୍ୟକ୍ତି ଅସଦାଚରଣ କରିଥିବା ଅଭିଯୋଗରେ ବରଗଡ଼ ଟାଉନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ବରଗଡ଼ ମହିଳା ମହାବିଦ୍ୟାଳୟ ପଛପଟେ, ଗୌରପଡ଼ା ଠାରେ ଥିବା ପାଢ଼ୀ ଲେଡିଜ ହଷ୍ଟେଲ ନାମକ ଏକ ଘରୋଇ ମହିଳା ହଷ୍ଟେଲ ମାଲିକଙ୍କ ବିରୋଧରେ ହଷ୍ଟେଲ ଅନ୍ତେବାସିନୀ ମାନଙ୍କୁ ଅସଦବ୍ୟବହାର ଅଭିଯୋଗ ଆସିଥିଲା ଏବଂ ଅସଦାଚରଣ ସମ୍ପର୍କିତ ଭିଡ଼ିଓ ରେକଡିଂର ପ୍ରମାଣ ମଧ୍ୟ ପୋଲିସ ପାଖରେ ହଷ୍ଟେଲ ଅନ୍ତେବାସିନୀ ଦାଖଲ କରିଥିଲେ । ବରଗଡ଼ ଟାଉନ ଥାନା ପୋଲିସ ଅନ୍ତେବାସିନୀ ଙ୍କର ଅଭିଯୋଗକୁ ନେଇ ସମ୍ପୃକ୍ତ ହଷ୍ଟେଲ ପରିଚାଳକ ସୁଧାଂଶୁ ପାଢ଼ୀଙ୍କୁ ଗିରଫ କରିଛି ।

ଏନେଇ ବରଗଡ଼ ଟାଉନ ଥାନାରେ ଦଫା ୩୫୪ / ୩୫୪ ( କ ), ଧାରା ଆଇ.ପି.ସି / ୧୨ ପିସିଏସଓ ଅନୁଯାୟୀ ଏକ କେସ ନମ୍ବର ୪୭୨ ରୁଜୁ ହୋଇଛି । ମହିଳା ଏସ.ଆଇ ଅନିତା କୁଜୁର ଏହି କେସର ତଦନ୍ତ ଭାର ନେଇଥିବା ବେଳେ ଏହି ଘଟଣାପରେ ବରଗଡ଼ ଏସ.ପି ମୁକେଶ କୁମାର ଭାମୁ ମହିଳା ଏବଂ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ପୋଲିସ ହେଲ୍ପ ଲାଇନ ଜାରିକରିଛନ୍ତି । ୭୬୫୫୦୦୫୦୦୯ , ୯୪୩୮୯୧୬୫୦୪ , ୯୭୭୭୩୨୩୭୦୭ , ୯୯୩୭୩୬୨୮୦୪ ବିପଦ ସମୟରେ ଏହି ଫୋନ ନମ୍ବର ଗୁଡ଼ିକୁ ବ୍ୟବହାର କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି।

ବରଗଡ଼ ସହରରେ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବଢ଼ି ଚାଲିଥିବା ବେଳେ ଦିନକୁ ଦିନ ଘରୋଇ ଛାତ୍ରାବାସ ଛତୁ ଫୁଟିଲା ଭଳି ବଢୁଛି । ତେବେ ଘରୋଇ ଛାତ୍ରାବାସ ମାନଙ୍କରେ ଅନ୍ତେବାସିନୀଙ୍କ ସୁରକ୍ଷା ନିମନ୍ତେ ହଷ୍ଟେଲରେ ମହିଳା ପରିଚାଳକ ନିଯୁକ୍ତି ଓ ସିସି ଟିଭି ଲଗେଇବା ବାଧ୍ୟତାମୂଳକ କରାଯିବା ସହ ଏନଜିଓ, ପୋଲିସ ଓ ଅନ୍ୟାନ୍ୟ ମହିଳା ସଂସ୍ଥା ମାନଙ୍କୁ ନେଇ ଗୋଟିଏ ମିଳିତ ଟିମ ଗଠନ କରାଯାଇ ନିୟମିତ ଭାବେ ହଷ୍ଟେଲ ମାନଙ୍କୁ ଯାଇ ତଦାରଖ କରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.